ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
୨୦୧୮ ବର୍ଷ ପାଇଁ କେନ୍ଦୁପତ୍ର ପ୍ରୋସେସ୍ ଅଞ୍ଚଳ (୨୦ ପତ୍ର) ପିଛା ୮୦ ପଇସାରୁ ୧ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଫାଲ୍ ଅଞ୍ଚଳ (୪୦ ପତ୍ରରେ) କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ୧ ଟଙ୍କା ୬ ପଇସାରୁ ୨ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ର କିଣା ମୂଲ୍ୟ ଉପରେ ତୋଳାଳିଙ୍କୁ ୧୦୦ ପ୍ରତିଶତ ବୋନସ୍ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେନ୍ଦୁପତ୍ର ସିଜନାଲ କର୍ମଚାରୀ ଓ ବନ୍ଧାଳିମାନଙ୍କୁ ୨୦ ପ୍ରତିଶତ ହାରରେ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ କେନ୍ଦୁପତ୍ର ତୋଳାଳି ଏବଂ ବନ୍ଧାଳିମାନେ ଯୋଗ ଦେଇଥିଲେ।














