ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ଆଜି ଦେଶବିଦେଶରେ ପରିଚିତ। କେବଳ ଓଡ଼ିଶାର ସଂସ୍କୃତିପ୍ରେମୀ ନୁହନ୍ତି ଆଜି ସମ୍ବଲପୁରୀ ଧୁନ୍‌ ସହିତ ନାଚିଉଠୁଛନ୍ତି ବିଦେଶୀ ନାଗରିକ। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ଏକ  ସମ୍ବଲପୁରୀ ଡାଲଖାଇ ନୃତ୍ୟର ଭିଡିଓକୁ ବର୍ତ୍ତମାନ ସୁଦ୍ଧା (୮ ମାର୍ଚ୍ଚ ୨୦୧୮) ୧୨ ଲକ୍ଷ ୬୫ହଜାର ୫୩୩ଟି ଭିୟୁ ମିଳିଛି।

ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ଡିଜିଟାଲ ମିଡିଆ ଦର୍ଶକମାନଙ୍କୁ ପାଗଳ କରିଛି। ଏହି ନୃତ୍ୟ ଓ ଗୀତର ଆକର୍ଷଣ ଏତେ ବେଶୀ ଯେ ସୋସିଆଲ ମିଡିଆରେ ଦର୍ଶକମାନେ ଏହିସବୁ ଭିଡିଓ ଦେଖିବା ସହ ଲାଇକ୍, କମେଣ୍ଟ୍ ଓ ସେୟାର୍ କରୁଛନ୍ତି। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ଡାଲଖାଇ ନୃତ୍ୟର ଭିଡିଓକୁ ବର୍ତ୍ତମାନ ସୁଦ୍ଧା (୮ ମାର୍ଚ୍ଚ ୨୦୧୮) ୧୨ ଲକ୍ଷ ୬୫ହଜାର ୫୩୩ଟି ଭିୟୁ ମିଳିଛି।

ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ଆଜି ଦେଶବିଦେଶରେ ପରିଚିତ। କେବଳ ଓଡ଼ିଶାର ସଂସ୍କୃତିପ୍ରେମୀ ନୁହନ୍ତି ଆଜି ସମ୍ବଲପୁରୀ ଧୁନ୍‌ ସହିତ ନାଚିଉଠୁଛନ୍ତି ବିଦେଶୀ ନାଗରିକ। ପ୍ରସିଦ୍ଧ ସମ୍ବଲପୁରୀ ଲୋକକଳାର ବିଭିନ୍ନ ଧାରା ମଧ୍ୟରେ ଡାଲଖାଇ ଏକ ଲୋକପ୍ରିୟ ନୃତ୍ୟ। ଏହି ନୃତ୍ୟ ଆଜି ୱେବ ଓ ସୋସିଆଲ ମିଡିଆ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିଛି।

ଡାଲଖାଇର ଇତିହାସ

ସମ୍ବଲପୁରର ମାଟି, ପାଣି ଓ ପବନ ସବୁଠି ରହିଛି ଏକ ଭିନ୍ନ ମହକ। ସବୁଆଡେ କଳାତ୍ମକତାର ଛିଟା। ଏଠାକାର ଝିଅମାନେ ନାଚ ଗୀତ ସହିତ ନିବିଡ ଭାବେ ଜଡିତ। ସତେ ଯେମିତି ନୃତ୍ୟ ସେମାନଙ୍କ ଜୀବନର ପ୍ରମୁଖ ଅଂଶ।

ସ୍ଵାଧୀନତା ପରେପରେ ଅର୍ଥାତ୍ ଗତ ୫୦-୬୦ବର୍ଷ ତଳେ ସମ୍ବଲପୁରୀ ନୃତ୍ୟ ଲୋକଲୋଚନକୁ ଆସିଥିଲା। ପ୍ରଥମେ ଡାଲଖାଇ ନୃତ୍ୟ ପଶ୍ଚିମ ଓଡ଼ିଶାର ନୂଆପଡ଼ା ଅଞ୍ଚଳରେ ଆରମ୍ଭ ହୋଇଥିଲା। ମାଟି ମା’କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଏହି ନୃତ୍ୟ ପରମ୍ପରା କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ନୃତ୍ୟ ପଶ୍ଚିମ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ପ୍ରସାରିତ ହୋଇଥିଲା।

ଡାଲଖାଇ ହେଉଛନ୍ତି ଜଣେ ଦେବୀ। ପବିତ୍ର ଦଶହରାର ମହାଷ୍ଟମୀ ଦିନ ପଶ୍ଚିମ ଓଡ଼ିଶାର କୁମାରୀ ଝିଅମାନେ ଭାଇମାନଙ୍କ ମଙ୍ଗଳ କାମନା କରି ଡାଲଖାଇଙ୍କୁ ପୂଜାର୍ଚ୍ଚନା କରନ୍ତି। ସେଦିନ ସନ୍ଧ୍ୟାବେଳେ ଗାଁ ଗଣ୍ଡାରେ ଜମେ ଡାଲଖାଇ ନୃତ୍ୟର ଆସର।

ଡାଲଖାଇର ବେଶଭୂଷା

ସମ୍ବଲପୁରୀ ନୃତ୍ୟର ବେଶଭୂଷା ବି ଚମତ୍କାର। ଶିଳ୍ପୀମାନେ ପିନ୍ଧନ୍ତି ସମ୍ବଲପୁରୀ ସୂତାର ବାନ୍ଧ ଶାଢି। ଅଣ୍ଟାରେ ଅଣ୍ଟା ସୂତା ଗୁଞ୍ଚି। ବେକରେ ବ୍ୟବହାର କରନ୍ତି ଖଗଲା। ହାତରେ ପିନ୍ଧନ୍ତି ବନ୍ଧରିଆ ଆଉ କତରିଆ। ବେକରେ ଯେଉଁ ହାର ପିନ୍ଧନ୍ତି ତାକୁ କୁହାଯାଏ ପଇସାମାଲି । ସେମାନଙ୍କର ଖୋସା ବି ବେଶ୍ ସୁନ୍ଦର ଦେଖାଯାଏ। ଆଉ ଖୋସାରେ ସେମାନେ ପିନ୍ଧନ୍ତି ପରକାଠି।

ଆଜିକାଲି ଆଧୁନିକତାର ସ୍ପର୍ଶରେ ସମସ୍ତେ ବାୟା। କିନ୍ତୁ ପଶ୍ଚିମ ଓଡ଼ିଶାବାସୀ ଆଧୁନିକତାର ବାସ୍ନାରେ ନିଜ ସଂସ୍କୃତିକୁ କେବେ ବି ଭୁଲିନାହାନ୍ତି।

ଡାଲଖାଇର ବାଦ୍ୟଯନ୍ତ୍ର

ଡାଲଖାଇ ନୃତ୍ୟ ପରିବେଷଣ ସମୟରେ ଢ଼ୋଲ, ନିଶାନ୍, ମହୁରୀ, ତମକୀ ଓ ତାସା ଭଳି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ। ଏହି ବାଦ୍ୟଯନ୍ତ୍ରକୁ କୃଷକ ପରିବାରର ପୁଅଟିଏ ବଜାଇବାର ପରମ୍ପରା ରହିଛି। ଢୋଲ ଓ ମହୁରୀର ତାଳେ ତାଳେ ଝିଅମାନେ ନୃତ୍ୟ କରନ୍ତି।

LEAVE A REPLY

Please enter your comment!
Please enter your name here