ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ। ଧୋକା ବରଦାସ୍ତ କରିନପାରି ପ୍ରେମିକାକୁ ଛୁରି ଭୂଷି ହତ୍ୟା ଉଦ୍ୟମ କରିଛି ପୂର୍ବତନ ପ୍ରେମିକ।

ତ୍ରିକୋଣୀୟ ପ୍ରେମର କରୁଣ ପରିସ୍ଥିତି। ପ୍ରେମିକାକୁ ଅନ୍ୟଜଣେ ପୁରୁଷଙ୍କ ସହ ଦେଖି ପ୍ରେମିକ ଘଟାଇଲା ଉନ୍ନୁକ୍ତ କାଣ୍ଡ। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହ ପୁର କାଣିପାଇ ଗ୍ରାମରେ।

ଜଣେ ଯୁବତୀକୁ ଭଲ ପାଉଥିଲା ରାୟଗଡ଼ା ବଦଳିଆ ଗାଁର କୁରୁମା ପ୍ରାସ୍କ। କିଛିଦିନ ତଳେ ସେହି ଯୁବତୀକୁ ଅନ୍ୟ ଏକ ଯୁବକ ସହ ଦେଖିବାକୁ ପାଇଥିଲା କୁରୁମା। ଏହାପରେ ପ୍ରେମିକ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ ଅନ୍ୟ କେହି ସଦସ୍ୟ ନଥିବାରୁ ସେଠାରେ ଯୁବତୀଙ୍କୁ ଏକୁଟିଆ ପାଇ ପୁଣିଥରେ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ରଖିଥିଲା। କିନ୍ତୁ ଯୁବତୀ ଜଣକ ମନା କରିଦେବାରୁ ହତାଶ କୁରୁମା ଯୁବତୀଙ୍କୁ ଛୁରିରେ ଆକ୍ରମଣ କରିଛି।

ଉକ୍ତ ଯୁବତୀ ଓ କୁରୁମାଙ୍କ ମଧ୍ୟରେ ପ୍ରାୟ ବର୍ଷେ ହେବ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ପ୍ରେମିକା ଜଣକ କୁରୁମାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବକଙ୍କ ସହ ବୁଲାବୁଲି କରୁଥିଲେ। ଯାହାକୁ ସହି ପାରିନଥିଲେ କୁକୁମା।

କୁରୁମା ରାଗିଯାଇ ଯୁବତୀଙ୍କ ଉପରକୁ ଛୁରିରେ ଆକ୍ରମଣ କରି ନିଜେ ବିଷ ପିଇଦେଇଥିଲେ।

ସ୍ଥାନୀୟ ପୋଲିସ କୁରୁମାକୁ ଗିରଫ କରିଛି। ଯୁବକଙ୍କ ନାଁ’ରେ ଦଫା ୩୦୭,୩୨୪ ଓ ୩୨୩ ଆଧାରରେ ଏତଲା ଦିଆଯାଇଛି। ଯୁବତୀ ଜଣକ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Comment