ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଦ୍ୟ ଅପମିଶ୍ରଣ ରୋକିବାକୁ ଆରମ୍ଭ ହୋଇଛି ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ଵିଲ୍।
ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ଵିଲ୍ । ଖାଦ୍ୟ ଅପମିଶ୍ରଣ ରୋକିବାକୁ ଏହା ଗୁରୁତ୍ଵପୁର୍ଣ୍ଣ ଭୂମିକା ନିର୍ବାହ କରିବ।
ରାଜ୍ୟର ବିଭିନ୍ନ ଜାଗାରେ ଥିବା ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ପରଷା ଯାଉଥିବା ଖାଦ୍ୟର ମାନ ପରଖିବ ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ଵିଲ୍ ଭ୍ୟାନ୍।
ପ୍ରଥମ ପର୍ଯ୍ୟାୟରେ ଏହା କଟକ, ଖୋର୍ଦ୍ଧା, କଟକ, ଭୁବନେଶ୍ବରରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
“ଖାଦ୍ୟ ଅପମିଶ୍ରଣ ରୋକିବାକୁ ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ଵିଲ୍ ଆରମ୍ଭ ହୋଇଛି। ମୁଖ୍ୟତଃ ଘିଅ, ତେଲ ଓ କ୍ଷୀର ଜାତୀୟ ପଦାର୍ଥଗୁଡ଼ିକ ଅପମିଶ୍ରଣ ରୋକାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ”, କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।
ସ୍ଵାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ପରଷା ଯାଉଥିବା ହୋଟେଲ ଗୁଡିକରେ ଖାଦ୍ୟ ପରୀକ୍ଷା କରିବ ଏହି ଗାଡ଼ି । ଖାଦ୍ୟ ଅପମିଶ୍ରଣ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


















