ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଗଡ଼ ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଦଳକୁ ଜୋରଦାର ଝଟକା ଲାଗିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ତେଜିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି।

ଉତ୍ତର ପ୍ରଦେଶ ଏବଂ ବିହାର ଉପ-ନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତି ତେଜିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ମତ ରଖିଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, “ବିଜେଡି ବୁଡ଼ୁଛି। ବିଜେପିର ପ୍ରଭାବ ହ୍ରାସ ପାଉଛି। ଲୋକେ ବିଜେପିଠାରୁ ମୁହଁ ଫେରାଇଲେଣି।”

ବୁଧବାର ଉତ୍ତର ପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିଛି। ଯୋଗୀ ଆଦିତ୍ୟ ନାଥ ଏହି ଆସନକୁ ଅକ୍ତିଆର କରିବାରେ ବିଫଳ ହୋଇଛନ୍ତି। ଏହି ଅସନରେ ସମାଜବାଦୀ ପାର୍ଟି ବଡ଼ ବିଜୟ ହାସଲ କରିଛି।

ସେହିପରି ବିହାରର ଜେହାନାବାଦ ଏବଂ ଆରାରିଆ ବିଧାନସଭା ଆସନରେ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଭବୁଆ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

୨୦୧୪ରେ ଅନୁଷ୍ଠିତ ଲୋକସଭା ବିଜେପିକୁ ୨୮୨ ଆସନ ମିଳିଥିଲା। ଉତ୍ତରପ୍ରଦେଶ ଏବଂ ବିହାର ଲୋକସଭା ଉପ-ନିର୍ବାଚନରେ ବିଜେପି ପରାଜିତ ହେବା ପରେ ଏହାର ଆସନ ସଂଖ୍ୟା ୨୭୪କୁ ଖସି ଆସିଛି।

୨୦୧୪ ପରେ ଯେତେ ଉପ-ନିର୍ବାଚନ ହୋଇଛି ସେଥିରେ ବିଜେପି ପରାଜିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୧ଟି ଆସନରେ ଉପ-ନିର୍ବାଚନ ହୋଇଛି। ସେଥିମଧ୍ୟରୁ କେବଳ ଗୋଟିଏରେ ବିଜେପି ବିଜୟୀ ହୋଇଥିବା ବେଳେ ୧୦ଟିରେ ପରାଜୟ ବରଣ କରିଛି।

Comment