ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ସହାୟକମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତାହାର କରି ନେଇଛନ୍ତି। ଶିକ୍ଷାସହାୟକ ସଂଘର ୭ଟି ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ଦାବି ମାନି ନେଇ ଥିବାରୁ ଶିକ୍ଷାସହାୟକ ସଂଘ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି।
ପ୍ରତ୍ୟାହୃତ ହୋଇଛି ଶିକ୍ଷା ସହାୟକ ସଂଘର ଆନ୍ଦେଳନ। ୭ ଦଫା ଦାବି ପୂରଣ ନେଇ ଆନ୍ଦୋଳନ ଚଳାଇଥିବା ଶିକ୍ଷା ସହାୟକଙ୍କ ୪ଟି ଦାବି ସରକାର ପୂରଣ କରିଛନ୍ତି। ଏହାପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି ଶିକ୍ଷା ସହାୟକ।
ଏଣିକି ଶିକ୍ଷା ସହାୟକଙ୍କୁ ଜୁନିୟର ଟିଚର ଭାବେ ଜଣାଯିବ। ସପ୍ତମ ବେତନ କମିଶନ ଅନୁସାରେ ଶିକ୍ଷା ସହାୟକଙ୍କ ଦରମା ୨୫ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜି ହୋଇଛନ୍ତି ସରକର। ସେହିପରି ମୃତ୍ୟୁକାଳୀନ ସହାୟତା ରାଶିକୁ ୨ଲକ୍ଷକୁ ବୃଦ୍ଧି କରିବା ଦାବିକୁ ବି ମାନିଛନ୍ତି ସରକାର।
“ଶିକ୍ଷକଙ୍କ ୪ଟି ଦାବି ମାନି ନେଇଛନ୍ତି ସରକାର । ଖୁବଶିଘ୍ର ଆନ୍ଦେଳନରତ ଶିକ୍ଷା ସହାୟକଙ୍କ ଦରମା ବୃଦ୍ଧି ଉପରେ ବିଚାର କରାଯିବ। ଆସନ୍ତାକାଲିଠାରୁ ଶିକ୍ଷା ସହାୟକଙ୍କୁ ବିଦ୍ୟାଳୟରେ ଯୋଗଦେବାକୁ ଅନୁରୋଧ କରୁଛି”, କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।
ଦରମା ବୃଦ୍ଧି, ଚାକିରି ନିୟମିତ କରିବା ଓ ଶିକ୍ଷା ସହାୟକ ନାମ ପରିବର୍ତନ ସହ ମୋଟ ସାତ ଦଫା ଦାବି ନେଇ ରାଜରସ୍ତାକୁ ଓହ୍ଲାଥିଲା ଶିକ୍ଷା ସହାୟକ ସଂଘ । ଶିକ୍ଷା ସହାୟକଙ୍କ ତରଫରୁ ଉପସ୍ଥାପନା କରାଯାଇଥିବା ୭ଟି ଦାବି ମଧ୍ୟରୁ ୪ଟି ଦାବି ମାନିଛନ୍ତି ସରକାର। ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଶିକ୍ଷା ସହାୟକ ମାନଙ୍କ ଦରମାର ୪୦ ପ୍ରତିଶତ ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି। ସେହିପରି, ଶିକ୍ଷା ସହାୟକଙ୍କ ନାଁ ପରିବର୍ତ୍ତନ କରିବାକୁ ମଧ୍ୟ ଶିକ୍ଷା ବିଭାଗ ରାଜି ହୋଇଛି। ଏହାଦ୍ଵାରା ୨୪,୦୦୦ ଶିକ୍ଷା ସହାୟକ ଉପକୃତ ହେବେ ବୋଲି ଜଣାପଡ଼ିଛି।
ନିଯୁକ୍ତିର ପ୍ରଥମରୁ ତିନିବର୍ଷ ଯାଏଁ ଏମାନଙ୍କ ନାଁ ରହିବ ଜୁନିୟର ଟିଚର କଣ୍ଟ୍ରାକ୍ଟ । ତିନିବର୍ଷରୁ ୬ ବର୍ଷ ଯାଏଁ ଜୁନିୟର ଟିଚର ଓ ପରେ ରେଗୁଲାର ଟିଚର ଭାବେ କାମ କରିବେ ବୋଲି ସହମତି ହୋଇଛି। ଆସନ୍ତାକାଲିଠାରୁ ୭୦ ହଜାର ଶିକ୍ଷା ସହାୟକ କାର୍ଯ୍ୟରେ ଯୋଗ ଦେବେ।








ଶିକ୍ଷା ସହାୟକମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତାହାର କରି ନେଇଛନ୍ତି। ଶିକ୍ଷାସହାୟକ ସଂଘର ୭ଟି ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ଦାବି ମାନି ନେଇ ଥିବାରୁ ଶିକ୍ଷାସହାୟକ ସଂଘ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି।









