ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏସ୍ ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ।
ଶେଷ ହୋଇଛି ୬୦ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ। ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ସମ୍ମିଳନୀର ଶେଷ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଅପରାଧ ନିୟନ୍ତ୍ରଣ ଦିଗରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସମ୍ମିଳନୀ ପରେ ନବୀନ ପଟ୍ଟନାୟକ କହିଛନ୍ତି, “ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟନ୍ତ୍ରଣ, ଅପରାଧ ନିୟନ୍ତ୍ରଣ ଏବଂ ପୋଲିସ କିପରି ଲୋକଙ୍କ ନିକଟତର ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଛି। ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ପାଇଁ ପୋଲିସ ଅଧିକ କ୍ରୀୟାଶୀଳ ହେବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।”
“ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପୋଲିସ ଅଧିକ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଇନ ଶୃଙ୍ଖଳା କିପରି ନିୟନ୍ତ୍ରଣ କରାଯିବ ସେନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ”, ଏହା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।
ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।








ଆଇପିଏସ୍ ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ।





