ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ରାମନାଥ କୋବିନ୍ଦ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ପହଞ୍ଚିଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ପୂର୍ବାହ୍ନ ୧୦ଟା ୪୫ରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।
ସେଠାରେ ରାଜ୍ୟପାଳ ଏସ୍.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଆର ପି ଶର୍ମା ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି।
ପରେ ବିମାନବନ୍ଦର ପରିସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ରାମନାଥ କୋବିନ୍ଦ।
ଏହାପରେ ରାଷ୍ଟ୍ରପତି ସିଧାସଳଖ କଟକ ଯାଇ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ୧୧ଟା ୪୫ରେ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ଯିବେ। ସେଠାରେ ସେ ୧୨ଟା ୧୦ ଯାଏଁ ରହିବେ। ସେଠାରୁ ଆନନ୍ଦ ଭବନ ଯାଇ, ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।
ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଅଭିଭାଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ହେଲିକପ୍ଟର ଯୋଗେ ପୁରୀ ବାହାରିଯିବେ। ପୁରୀରେ ସର୍କିଟ୍ ହାଉସରେ ଯାତ୍ରୀ ଯାପନ କରିରେ ରାଷ୍ଟ୍ରପତି। ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା ପରେ ଡିମଡି ବିଶ୍ୱବିଦ୍ୟାଳୟର ଉତ୍ସବରେ ଯୋଗଦେବେ। ସେଠାରୁ ଭୁବନେଶ୍ୱର ଆସି ଅପରାହ୍ନରେ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ।