ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୁରଭଞ୍ଜର ମହୁଲାଡଙ୍ଗରୀ ଗାଁ ପାଖରେ ଖସିପଡ଼ିଲା ବାୟୁ ସେନା ବିମାନ। ଏଥିରେ ଆହତ ହୋଇଛନ୍ତି ଜଣେ ପାଇଲଟ।
ଓଡ଼ିଶା-ଝାଡଖଣ୍ଡ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ସିର୍ସା ନିକଟସ୍ଥ ମହୁଲାଡଙ୍ଗରୀ ଗାଁ ପାଖରେ ଖସି ପଡ଼ିଛି ବାୟୁସେନାର ବିମାନ। ଦୁର୍ଘଟଣାଗ୍ରସ୍ତ ବିମାନର ନାମ ରହିଛି ହକ୍ ଆଡଭାନ୍ସ ବିମାନ।
ସୁବର୍ଣ୍ଣରେଖା ନଦୀ କୂଳରେ ହିଁ ଘଟିଛି ଏହି ଦୁର୍ଘଟଣା। ବିମାନର ପାଇଲଟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଝାଡଖଣ୍ଡର ବହଡାଗୁଡ଼ା ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି।
ସୋମବାର ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବାୟୁସେନାର ବିମାନଟି ନଦୀ କୂଳରେ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବିମାନଟି ରାଇରଙ୍ଗପୁର ଦିଗରୁ ଆସୁଥିବା ବେଳେ ସେଥିରୁ ଧୂଆଁ ବାହାରୁ ଥିଲା।
ବିମାନଟି ଉଡୁଥିବାବେଳେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା। ପଶ୍ଚିମବଙ୍ଗର କୋଇକୋଣ୍ଡା ବାୟୁସେନା ବିମାନଘାଟିରୁ ବିମାନଟି ଉଡାଣ ଆରମ୍ଭ କରିଥିଲା। ବାୟୁସେନାର ଅନ୍ୟଏକ ବିମାନ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ଦୁର୍ଘଟଣାର କାରଣ ଜାଣିବା ଲାଗି ପ୍ରତିରକ୍ଷା ବାହିନୀର ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଆସୁଥିବା ଜଣାପଡ଼ିଛି।








ମୟୁରଭଞ୍ଜର ମହୁଲାଡଙ୍ଗରୀ ଗାଁ ପାଖରେ ଖସିପଡ଼ିଲା ବାୟୁ ସେନା ବିମାନ। ଏଥିରେ ଆହତ ହୋଇଛନ୍ତି ଜଣେ ପାଇଲଟ।









