ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୫୦ ବର୍ଷ ପୂରଣ କରିଛି ଯାଜପୁର ପୌର ପାଳିକା। ଏହି ଅବସରରେ ବାଳାଶ୍ରମ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଫୌରପାଳିକାର ସଫଳତା କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରଳକ୍ପ ଲୋକାର୍ପିତ କରିଛନ୍ତି। ନୂତନ କୋଠା, ପ୍ରତିମୂର୍ତ୍ତି ଏବଂ ପୁନରୁଦ୍ଧାର ହୋଇଥିବା ପୁରାତନ କୁସୁମା ପୋଖରୀକୁ ଲୋକାର୍ପିତ କରିଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିର୍ମିତ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ପୂର୍ବାଞ୍ଚଳର ଅତ୍ୟାଧୁନିକ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୫୦ ବର୍ଷ ଉପଲକ୍ଷେ ୯ ଦିନି ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୧୮୬୯ରେ ଯାଜପୁର ପୌର ପାଳିକା ଗଠନ ହୋଇଥିଲା ଏବଂ ୧୯୯୩ରେ ଯାଜପୁରକୁ ଜିଲ୍ଲା ମାନ୍ୟତା ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଜପୁର ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଟ ୧୪୮ କୋଟି ଟଙ୍କା ବ୍ୟବୟରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ଅମର ପ୍ରସାଦ ଶତପଥୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment