ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ବ୍ରେନ ଟ୍ୟୁମର୍ ଏକ ଘାତକ ରୋଗ ଭାବେ ଉଭା ହୋଇଛି। ଲଗାତାର ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।  

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି। ନିକଟରେ ବଲିଉଡ ଅଭିନେତା ଇରଫାନ ଖାନ୍ ମଧ୍ୟ ହୋଇଛନ୍ତି ବ୍ରେନ୍‌ ଟ୍ୟୁମରର ଶିକାର ତେଣୁ ଏହି ସମସ୍ୟାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ।

ବ୍ରେନ୍ ଟ୍ୟୁମରର ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା

ବ୍ରେନ୍‌ ଟ୍ୟୁମରର ପ୍ରାଥମିକ ଲକ୍ଷଣ

ସ୍ମରଣଶକ୍ତି ହ୍ରାସ ପାଇବା ମଧ୍ୟ ବ୍ରେନ୍ ଟ୍ୟୁମରର ଅନ୍ୟ ଏକ ଲକ୍ଷଣ। ଯଦି ଆପଣଙ୍କର କୌଣସି କଥା ମନେରହୁ ନାହିଁ । ଏଥିସହ ଅନ୍ୟସବୁ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବା ଯେପରିକି କଥାକହିବା ବେଳେ ଥଙ୍ଗେଇବା, ଶୁଣିବା ଓ ଦୃଷ୍ଟି ଶକ୍ତିରେ ସମସ୍ୟା ଦେଖାଦେବା ହଠାତ୍ ଶରୀରର ମାଂସ ପେଶୀ ବୃଦ୍ଧି ପାଇବାକୁ ଲାଗିଲେ ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ସମସ୍ୟା ବ୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ।

ଚାଲିବାରେ ହାଲିଆ ଅନୂଭବ କରିବା

ଟ୍ୟୁମର ଶରୀରରେ ଥିବା କୋଷରାଶିକୁ ପ୍ରଭାବିତ କରିଥାଏ। ଯାହା ମଣିଷ ଚାଲିବା ସମୟରେ ଅଧିକ ପ୍ରଭାବ ପକାଇଥାଏ। ଯଦି ଆପଣ ଆପଣଙ୍କ ଶରୀରକୁ ସନ୍ତୁଳିତ କରିପାରୁ ନାହାଁନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ।

ହୃତ୍‌ଘାତ ସମସ୍ୟା

ବ୍ରେନ୍ ଟ୍ୟୁମରରେ ବିଶେଷ କରି ହୃଦଘାତ ଜନିତ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କୁ କେବେ ହୃତଘାତ ହୁଏ ତେବେ ତତକ୍ଷଣାତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବ୍ରେନ ଟ୍ୟୁମର ଚିକିତ୍ସା

ବ୍ରେନ୍ ଟ୍ୟୁମର ଏକ ବଡ଼ ରୋଗ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ସମୟ ପୂର୍ବରୁ ଏହାକୁ ଏଡାଇ ଯାଇପାରିବ। ଏହାର ଚିକିତ୍ସା ଉପଚାର କିମୋଥେରାପି, ରେଡିଏସନ ଥେରାପି, ସର୍ଜରି ଆଦି ବିଭିନ୍ନ ଉପାୟରେ କରାଯାଇପାରିବ । ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ।

Comment