ଓଡ଼ିଶାଲାଇଭ୍ ବ୍ୟୁରୋ

- ବାଙ୍କୀ ପାଥପୁରରେ ବିଜେପି ରାଜ୍ୟ ସଭାପତି
- ଖୋର୍ଦ୍ଧା କୁସୁମାଟିରେ ପିସିସି ସଭାପତି କଲେ ଅକ୍ଷିମୁଠି ଅନୁକୂଳ
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଚଷା ପୁଅ ଚାଷଜମିକୁ ଅକ୍ଷିମୁଠି ଅନୁକୂଳ କରିଛି। ଜିମରେ ବିହନ ବୁଣି ଚାଷୀ ଚାଷ କମା ଆରମ୍ଭ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଅନୁଗୋଳ ଜିଲ୍ଲା କିଶୋରନଗରର ନାକଚିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀମାନେ ଏହି ଯୋଜନାରୁ ଫାଇଦା ନେଉଛନ୍ତି। ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଆଗାମୀ ଦିନରେ ଅନେକ ପଦକ୍ଷେପ ନେବେ।”
ମୁଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନାକଚି ଓ ଯଦୁପୁରରେ ଜନସୁବିଧା କେନ୍ଦ୍ର ସହ ସେତୁ ମଧ୍ୟ ଲୋକାର୍ପଣ କରିଛନ୍ତି।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କଟକ ଜିଲ୍ଲା ବାଙ୍କି ପାଥପୁରଠାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି। କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରିଥିବା ଶ୍ରୀ ପଣ୍ଡା କହିଛନ୍ତି।
“ବାଙ୍କି ହେଉଛି ଏକ କୃଷି ପ୍ରଧାନ ଅଞ୍ଚଳ। ହେଲେ ଚାଷୀମାନଙ୍କୁ ଏଠାରେ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ। ଫସଲ ଉତ୍ପାଦନ ଏଠାରେ ହ୍ରାସ ପାଇଛି। ଚାଷୀମାନଙ୍କର ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ”, କହିଛନ୍ତି ବସନ୍ତ ପଣ୍ଡା।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୋର୍ଦ୍ଧା ଜିଲ୍ଲା କୁସୁମାଟିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି।


















