ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ଗସ୍ତରେ ଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ସମସ୍ତଙ୍କ ପ୍ରଭାବିତ କରିପାରିଛନ୍ତି। ଏଥର ବି ସେଭଳି କିଛି ଦେଖାଯାଇଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କେତେ କ’ଣ ପନ୍ଥା ଆପଣାଇଥାନ୍ତି। ପ୍ରତିଦିନ ଯୋଗ, ପ୍ରାଣାୟାମ ଓ ବ୍ୟାୟାମଠାରୁ ଆରମ୍ଭ କରି ଦୈନନ୍ଦିନ ଖାଦ୍ୟପେୟରେ ମଧ୍ୟ ଖୁବ୍ ଯତ୍ନବାନ୍‌ ଥା’ନ୍ତି ମୋଦି।

ବ୍ରିଟେନ ଗସ୍ତର ଦ୍ଵିତୀୟ ଦିନରେ ନିଜ ଶରୀର ସୁସ୍ଥ ରହିବାର ରାଜ୍‌ ବଖାଣିଛନ୍ତି ମୋଦି। ମୋଦି କହିଛନ୍ତି, “ଦିନକୁ ମୁଁ ଦିନକୁ ୧-୨କିଲୋ ଗାଳି ଖାଉଛି। ଏହା ହେଉଛି ମୋ ଶରୀରର ରାଜ୍”।

ସମ୍ପ୍ରତି ବ୍ରିଟେନ ଗସ୍ତରେ ଯାଇଛନ୍ତି ମୋଦି। ଲଣ୍ଡନର ଟାଉନହଲରେ ଅନୁଷ୍ଠିତ ଏକ ଇଭେଣ୍ଟରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ଏହି କଥା କହିଛନ୍ତି।

ଏହି ଇଭେଣ୍ଟରେ ଜଣେ ଶ୍ରୋତା ମୋଦିଙ୍କୁ ଶରୀରର ରାଜ୍ କଥା ପଚାରିଥିଲେ। ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେବାକୁ ଯାଇ କହିଥିଲେ, “ଗତ ୨୦ବର୍ଷ ହେବ ପ୍ରତିଦିନ ମୁଁ ୧-୨କିଲୋ ଗାଳି ଖାଉଛି। ଏହା ହେଉଛି ମୋ ଶରୀରର ରାଜ୍”। ମୋଦିଙ୍କ ମୁହଁରୁ ଏପରି କଥା ଶୁଣି ଉପସ୍ଥିତ ଦର୍ଶକ ‘ମୋଦିମୋଦି’ ନାରା ଦେଇ ତାଳି ମାରିଥିଲେ। ମୋଦି ଏଭଳି ଉତ୍ତର ଦେବା ଅର୍ଥ ହେଉଛି ଲୋକମାନେ ତାଙ୍କୁ ଯେତେ ଗାଳି ଦେଲେ ମଧ୍ୟ ତାକୁ ସେ ସାଦରରେ ଗ୍ରହଣ କରନ୍ତି।

ମୋଦି ନିଜର ମନଲୋଭା ଭାଷଣରେ ଦର୍ଶକଙ୍କ ହୃଦୟକୁ ଜିଣିଥିଲେ। ନିଜ ଆଲୋଚନାକୁ ସେ ସବୁବେଳେ ସକରାତ୍ମକ ଭାବରେ ଗ୍ରହଣ କରନ୍ତି।। ମୋଦିଙ୍କ ଲୋକପ୍ରିୟତା ବଢ଼ିବାର ଆଉ ଏକ କାରଣ ହେଉଛି ଭାଷଣ। ଲୋକଙ୍କ ମନକୁ ଛୁଇଁଲା ଭଳି କଥା କହି ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ନିଜ ଭାଷଣରେ ଲୋକଙ୍କୁ ବେଶ୍‌ ପ୍ରଭାବିତ କରି ଦେଶର ଶାସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ

ବିଦେଶ ଗସ୍ତରେ ଯାଇଥିବା ସମୟରେ ବି ମୋଦି ନିଜ ଭାଷଣରେ ସମସ୍ତଙ୍କ ପ୍ରଭାବିତ କରିପାରିଛନ୍ତି। ଏଥର ବି ସେଭଳି କିଛି ଦେଖାଯାଇଛି। ଲଣ୍ଡନର ସେଣ୍ଟ୍ରାଲ ହଲରେ ‘ଭାରତ କି ବାତ୍‌ ସବ୍‌କା ସାଥ୍’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୋଦି ଭାରତର ବଢ଼ୁଥିବା ଶକ୍ତି ବିଷୟରେ ବଖାଣିଥିଲେ। ଏହି କାର୍ଯ୍ୟକ୍ରମର ସଂଚାଳନ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣନ ବୋର୍ଡ(ସିବିଏଫ୍‌ସି)ର ଅଧ୍ୟକ୍ଷ ପ୍ରସୂନ ଯୋଶୀ କରିଥିଲେ। ପାଖାପାଖି ୨ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଭାଗନେଇଥିଲେ ଅନେକ ପ୍ରବାସୀ ଭାରତୀୟ। ସେମାନଙ୍କ ପ୍ରଶ୍ନର ଖୋଲାଖୋଲି ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦି।

‘ମୁଁ ଗରିବି କୌଣସି ପୁସ୍ତକରୁ ଦେଖି ଶିଖିନି, କି କୌଣସି ଟିଭିରୁ ଦେଖି ଗରିବଙ୍କ ଅବସ୍ଥା ପରଖି ନାହିଁ। ନିଜେ ଗରିବି ଅବସ୍ଥାରେ ଗତି କରି ଆଜି ଏଠି ପହଞ୍ଚିଛି”,କହିଛନ୍ତି ପ୍ରଧାନମନ୍ତ୍ରୀ।

Comment