ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଦିନିଆ ଚୀନ ଗସ୍ତରେ ଯାଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଦୁଇ ଦେଶର ବିକାଶ ଉପରେ ଆଲୋଚନା ଆରମ୍ଭ ହୋଇଛି।

ଚୀନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶୁକ୍ରବାରଠାରୁ ଆରମ୍ଭ ହୋଇଛିନ୍ତି ମୋଦିଙ୍କ ଦୁଇଦିନିଆ ଚୀନ ଗସ୍ତ। ଚୀନର ବୁହାନରେ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଅନୌପଚାରିକ ଶିଖର ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ଚତୁର୍ଥ ଚୀନ ଗସ୍ତ। ଚୀନରେ ପହଞ୍ଚିବା ପରେ ହୁବାଇ ମ୍ୟୁଜିୟମରେ ମୋଦିଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା। ଚୀନର ପାରମ୍ପରିକ ନୃତ୍ୟ ସହ ବାଦ୍ୟଯନ୍ତ୍ରରେ ମୋଦିଙ୍କୁ ପାଛୋଟି ନିଆଯାଇଥିଲା ମ୍ୟୁଜିୟମ ଭିତରକୁ ପାଛୋଟି ନିଆଯାଇଥିଲା।

ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ବିଭିନ୍ନ ମୁଦ୍ଦାକୁ ନେଇ ଆଲୋଚନା ହୋଇଛି। ଏହି ବୈଠକରେ ଦୁଇ ଦେଶର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି।

୧୯୫୪ ପରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅନୌପଚାରିକ କଥାବାର୍ତ୍ତା। ଦୁଇ ରାଷ୍ଟ୍ରର ବିକାଶ ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି।

ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇ ଦେଶର ସମ୍ପର୍କ ସୁଦୃଢ କରିବାକୁ ଉଦ୍ୟମ କରାଯାଇଛି। ଏହି ଅନୌପଚାରିକ ଶିଖର ବୈଠକ ପାଇଁ କୌଣସି ପ୍ରସଙ୍ଗ ଧାର୍ଯ୍ୟ କରାଯାଇନଥିଲେ ମଧ୍ୟ ମୋଦିଙ୍କ ଚୀନ ଗସ୍ତ ଉଭୟ ଦେଶ ପାଇଁ ଗୁରୁତ୍ଵପୁର୍ଣ୍ଣ ମନେକରାଯାଉଛି। ଏହି ଆଲୋଚନାବେଳେ କୌଣସି ଚୁକ୍ତି ସ୍ଵାକ୍ଷରିତ ହେବ ନାହିଁ।

ଡୋକଲାମରେ ଚୀନର ପ୍ରାର୍ଦୁଭାବ ନେଇ ଦୁଇ ଦେଶ ସମ୍ପର୍କରେ ତିକ୍ତତା ଆସିଥିଲା। ଦୁଇମାସ ଧରି ଧରି ଉଭୟ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁକ୍ରବାରଦିନ ଉଭୟ ଦେଶର ମୁଖ୍ୟଙ୍କ ବୈଠକରେ ସୀମା ବିବାଦ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ମୋଦି ଏହି ଗସ୍ତରେ ୨୪ ଘଣ୍ଟା ମଧ୍ୟରେ ୬ଟି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ସେଥିରେ ପୁଣି ଗୋଟିଏ ବୈଠକ ଇଷ୍ଟ୍‍ ଲେକ୍‌ ମଧ୍ୟରେ ଏକ ଡଙ୍ଗାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଓ ବିଶ୍ୱସ୍ତରୀୟ ବିଭିନ୍ନ ବିଷୟରେ ଆଲୋଚନା ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଦୁଇ ଦିନିଆ ଚୀନ୍ ଗସ୍ତ କାଳରେ ଏହି ଉହାନ୍ ସହରରେ ହିଁ ଅବସ୍ଥାନ କରିବେ। ଏଥିପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆୟୋଜନ କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

Comment