ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ଉଚ୍ଚଶିକ୍ଷା ବିଭାଗ   ସଂପ୍ରସାରଣ, ସମାନତା ଓ ଗୁଣାତ୍ମକ ମାନ ପ୍ରଦର୍ଶନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ସଂଖ୍ୟା ହେଉଛି ୨୬:୧। ଏହାର ହାରାହାରି ଅନୁପାତ ଜାତୀୟ ସ୍ତରରେ ମଧ୍ୟ ସମାନ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଚଣ୍ଡିଗଡ (୩୧:୧), ଛତିଶଗଡ଼ (୨୭:୧), ଆସାମ (୩୦:୧), ବିହାର (୭୦:୧), ଦିଲ୍ଲୀ (୫୭:୧), ଗୁଜୁରାଟ (୨୮:୧), ଝାଡ଼ଖଣ୍ଡ(୬୧:୧), ମଧ୍ୟପ୍ରଦେଶ (୨୮:୧), ମହାରାଷ୍ଟ୍ର (୨୭:୧), ରାଜସ୍ଥାନ (୨୭:୧) ଉତ୍ତରପ୍ରଦେଶ (୪୨:୧), ପଶ୍ଚିମବଙ୍ଗ (୪୨:୧), ତୁଳନାରେ ଓଡ଼ିଶାର ସ୍ଥାନ ଉଚ୍ଚକୋଟୀର।

୪ ବର୍ଷତଳର ନିର୍ବାଚନ ଇସ୍ତାହାରରେ ଯାହା ଘୋଷଣା କରାଯାଇଥିଲା, ତାହାକୁ ସରକାର ନିଜ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି ଓ ଏଗୁଡ଼ିକୁ ପୂରଣ କରିପାରିବାରେ ଆମ୍ଭେମାନେ ସକ୍ଷମ ହୋଇଛୁ:-

୧. ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟରେ Career Counseling Cell ସ୍ଥାପନ କରାଯାଇଛି।

୨. ରାଜ୍ୟରେ ୭ଟି ବିଶ୍ୱବିଦ୍ୟାଳୟରେ ଯଥା: ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ଗଙ୍ଗାଧର ମେହେର ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୨୦୧୬-୧୭ ଶିକ୍ଷାବର୍ଷରୁ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୨୦୧୭-୧୮ ଶିକ୍ଷାବର୍ଷରୁ Civil Service Coaching  Centre ଖୋଲାଯାଇଛି।

୩. ପ୍ରତିବର୍ଷ ଯୁକ୍ତଦୁଇ ଉତ୍ତୀର୍ଣ୍ଣ ହୋଇଥିବା ୧୫୦୦୦ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍-ଟପ୍ ବିତରଣ କରାଯାଉଛି।

୪. ବୈଷୟିକ ଓ ପେଶାଗତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ମାଧ୍ୟମରେ ୧ ପ୍ରତିଶତ ସୁଧରେ ଶିକ୍ଷାଋଣ ପ୍ରଦାନ କରାଯାଉଛି।

୫. ୨୦୧୪-୧୫ ଶିକ୍ଷାବର୍ଷରେ ଆରମ୍ଭ କରାଯାଇଥିବା ଆତ୍ମରକ୍ଷା କୌଶଳ ଶିକ୍ଷା ସବୁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀମାନଙ୍କୁ ସଫଳତାର ସହ ପ୍ରଦାନ କରାଯାଉଅଛି।

ଉଚ୍ଚଶିକ୍ଷାରେ ଗୁଣବତ୍ତାର ବିକାଶ ଓ ସଂସ୍କାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ

ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କର ପରାମର୍ଶ ଦ୍ୱାରା  ସରକାର ନିର୍ଦ୍ଦିଷ୍ଟ ୫ଟି କ୍ଷେତ୍ରରେ ଏକତା ଓ ଗୁଣବତ୍ତାରମାନ ଆଣିବାରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିମ୍ନୋକ୍ତ ବିଷୟରେ ଆଲୋଚନା କରିବା ପାଇଁ ୧୬/୧୧/୧୭/, ୦୩/୦୧/୧୮ ଓ ୧୩/୦୩/୧୮ ତାରିଖରେ ବୈଠକ ଡକାଯାଇଥିଲା।

୧. ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା।

୨. ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ସମାନତା

୩. ସ୍ନାତକ ଏବଂ ସ୍ନାତକୋତ୍ତର/ ସ୍ୱୟଂଶାସିତ  ସ୍ତର ପରୀକ୍ଷାରେ ସୁଧାର ଆଣିବା।

୪. ସ୍ନାତକ  ପରୀକ୍ଷାକୁ ଠିକ୍ ସମୟରେ କରିବା

୫. ଠିକ୍ ସମୟରେ ପରୀକ୍ଷା ଏବଂ ତା’ର ଫଳାଫଳକୁ ପ୍ରକାଶ କରିବା ଓ ସ୍ନାତକଧାରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା।

୧. ଓଡ଼ିଶାରେ ୦୪ଟି ରାଜ୍ୟ ବିଶ୍ବବିଦ୍ୟାଳୟ (ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର  ବିଶ୍ୱବିଦ୍ୟାଳୟ, ଖଲ୍ଲୀକୋଟ କ୍ଲଷ୍ଟର ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ) ସ୍ଥାପନ କରାଯାଇଛି।

୨.୮ ଗୋଟି ମଡେଲ ଡିଗ୍ରୀ କଲେଜ (ବୌଦ୍ଧ, ଦେଓଗଡ଼, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା (ଖରିଆର), ନୟାଗଡ଼, ରାୟଗଡ଼ା ସୋନପୁର) ୨୦୧୬-୧୭ ଶିକ୍ଷାବର୍ଷରୁ ୫୦୦୦ ଛାତ୍ରଛାତ୍ରୀମାନଙ୍କୁ ନେଇ କାର୍ଯ୍ୟକାରୀ କରୁଅଛି।

୩. RUSA ମାଧ୍ୟମରେ ୩ଟି କଲେଜର ପାହ୍ୟାବୃଦ୍ଧି କରାଯାଇ ମଡେଲ ଡିଗ୍ରୀ କଲେଜ (ପ୍ରତ୍ୟେକକୁ ୪.୦୦ କୋଟି) ରେ ସାମିଲ କରାଯାଇଅଛି (ସାମନ୍ତଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ; କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର; ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼)

୪. ୫ ଗୋଟି (ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଉତ୍ତର-ଓଡ଼ିଶା ବିଶ୍ୱବିଦ୍ୟାଳୟ) ବିଶ୍ୱବିଦ୍ୟାଳୟମାନଙ୍କରେ ମାନବ ସମ୍ବଳ  ବିକାଶ କେନ୍ଦ୍ର (Human Resource Development Centre) ଖୋଲା ଯାଇଅଛି।

୫. ୯ ଗୋଟି ବିଶ୍ୱବିଦ୍ୟାଳୟ (ପ୍ରତ୍ୟେକକୁ ୨୦.୦୦ କୋଟି ହିସାବରେ) ଏବଂ ୧୧୨ ମହାବିଦ୍ୟାଳୟ (ପ୍ରତ୍ୟେକକୁ ୨.୦୦ କୋଟି ହିସାବରେ) ଭିତ୍ତିଭୂମିର ବିକାଶ ପାଇଁ RUSA ପକ୍ଷରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଅଛି।

୬. ୩ଟି ନୂତନ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ବିକାଶ ନିମିତ୍ତ ୫୫.୦୦ କୋଟି ଲେଖାଁ ଟଙ୍କାର ପ୍ରଦତ୍ତ କରାଯାଇଛି।

୭. ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ୭୦ଟି ମହାବିଦ୍ୟାଳୟକୁ ୪୪୦ କୋଟି ଓ ୦୬ଟି ବିଶ୍ବବିଦ୍ୟାଳୟକୁ ୧୫୦ କୋଟିର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହା ଭିତ୍ତିଭୂମିର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଅଧ୍ୟାପକମାନଙ୍କର ଦକ୍ଷତା ବିକାଶ (capacity building) ପାଇଁ  ବିନିଯୋଗ କରାଯିବ।

୮. ୨୦୦୦୦ ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ଛାତ୍ରାବାସ ନିର୍ମାଣ (୬୭୦୦ ଛାତ୍ର ଏବଂ ୧୩୩୦୦ ଛାତ୍ରୀ) କରାଯାଇଛି।

୯.  ବର୍ତ୍ତମାନ ସୁଦ୍ଧା ୧୬୪ଟି ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇଛନ୍ତି। ସେଥିମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ‘A+’, ୦୭ଟି ବିଶ୍ୱବିଦ୍ୟାଳୟ ‘A’ ଏବଂ ୦୮ଟି ମହାବିଦ୍ୟାଳୟ ‘A’ ସ୍ତରର ନାକ୍ ମାନ୍ୟତା ପାଇଛନ୍ତି।

୧୦. ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅଧିନିୟମ- ୨୦୧୭ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଧିନିୟମ- ୨୦୧୭ ବିଲ୍ ବିଧାନସଭାରେ ପାରିତ ହୋଇଛି।

୧୧. ଗ୍ରୀନ ପାସେକ ଯୋଜନା ଏବଂ ବ୍ୟାସକବି ଫକୀରମୋହନ ସେନାପତି ବୃତି ଯୋଜନାର ପ୍ରଚଳନ କରାଯାଇଅଛି।

୧୨. ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ୨୦୧୮-୧୯ରୁ ଓଡ଼ିଆ (ସମ୍ମାନ)/ ଓଡ଼ିଆରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ।

୧୩. ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କର୍ମଶାଳା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ନିଯୁକ୍ତି

୧. State Selection Board ମାଧ୍ୟମରେ ୧୬୨୫ ଜଣ ଅଧ୍ୟାପକଙ୍କୁ ଚୟନ କରାଯାଇ ରାଜ୍ୟର ବିଭିନ୍ନ ସାହାଯ୍ୟ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦିଆଯାଇଛି।

୨. ୨୨୭ ଜଣ କନିଷ୍ଠ ଅଧ୍ୟାପକଙ୍କୁ ବିଭିନ୍ନ ସରକାରୀ କନିଷ୍ଠ ମହାବିଦ୍ୟାଳୟମାନଙ୍କରେ ନିଯୁକ୍ତ ଦିଆଯାଇଛି।

୩. State Selection Board ମାଧ୍ୟମରେ ୮୩୩ ଅଧ୍ୟାପକ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି।

୪. ୫୧୩ ମଧ୍ୟରୁ ୨୭୨ ଜଣ ଡିଗ୍ରୀ ଅଧ୍ୟାପକ OPSC ମାଧ୍ୟମରେ ଚୟନ କରାଯାଇ  ବିଭିନ୍ନ ସରକାରୀ ଡିଗ୍ରୀ କଲେଜମାନଙ୍କରେ ନିଯୁକ୍ତି ପାଇଛନ୍ତି। ଅବଶିଷ୍ଟ ୨୪୧ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଅଛି। ଏତଦ ବ୍ୟତୀତ, ଅଧିକ ୩୨୦ ଜଣ ଅଧ୍ୟାପକ/ ଅଧ୍ୟାପିକା ନିଯୁକ୍ତି ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।

୫. ଅର୍ଥ ବିଭାଗ ୩୦୨ non-teaching ପଦବୀକୁ ସମ୍ମତି ପ୍ରଦାନ କରିଛନ୍ତି।

୬. ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଫକିରମୋହନ ବିଶ୍ୱବିଦ୍ୟାଳୟରେ ଶିକ୍ଷକପଦବୀ ସୃଷ୍ଟି କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଯୁକ୍ତିପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆହୋଇଛି। ଏହା ସମ୍ପୂର୍ଣ୍ଣ ଭାବରେ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ନିର୍ଭର କରେ।

୭. ଆମ ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କୁ ପ୍ରବେଶିକା ତାଲିମ (ଇଣ୍ଡକ୍ସନ ଟ୍ରେନିଂ) ଦିଆଯାଇଥାଏ।

ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ:

୧. UGC ମାର୍ଚ୍ଚ ୨୦, ୨୦୧୮ରେ ଦେଶର ଶ୍ରେଷ୍ଠ ୬୦ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନର ନାମଘୋଷଣା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସପ୍ତମ ସ୍ଥାନରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ।

୨. ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମେ ମାସ ୪ ତାରିଖରେ ୭୫ଟି National Resource Centre ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟର Anthropology Department ଅନ୍ୟତମ।

ଏହି ପ୍ରକ୍ରିୟାକୁ ଠିକ୍ ଭାବେ ଓ ଶୀଘ୍ର କରିବା ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରାଯାଇଅଛି।

୨୦୧୮-୧୯ର କାର୍ଯ୍ୟ ରେଖା

୧. ଉଚ୍ଚଶିକ୍ଷାରେ ଗୁଣବତ୍ତା ବୃଦ୍ଧି ପାଇଁ ନାମଲେଖା, ପାଠ୍ୟକ୍ରମ, ନିର୍ଦ୍ଦିଷ୍ଟ ସମୟରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା, ପରୀକ୍ଷାକୁ ଠିକ୍ ସମୟରେ ସଞ୍ଚାଳନ କରିବା, ପରୀକ୍ଷା ପ୍ରଣାଳୀର ଢ଼ାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା।

୨. RUSA 2.0ରେ Aspirational Districts ଗୁଡ଼ିକରେ ନୂଆ ମଡେଲ ଡିଗ୍ରୀ କଲେଜ  ସ୍ଥାପନ କାର୍ଯ୍ୟକ୍ରମ ପ୍ରସ୍ତାବ

୩. World Bank ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷକମାନଙ୍କୁ ତାଲିମ।

୪. ଗବେଷଣାକୁ ଗୁରୁତ୍ୱ ଦେଇ ଏକ ନୂଆ ଯୋଜନା “Odisha University Research and Innovation Incentivization Plan”ର ପରିକଳ୍ପନା କରାଯାଇଛି। ଏହା ଖାସ୍, କରି ଯୁବପିଢ଼ିମାନଙ୍କ ମଧ୍ୟରେ ଗବେଷଣା ପ୍ରତି ଆଗ୍ରହ ବଢେଇବ।

୫. ସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନାକ୍ (NAAC) ମାନ୍ୟତା ଆଣିବ

୬. ସରକାରୀ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବ।

୭. ଦୁଇଟି (୨) ନୂଆ ଆଞ୍ଚଳିକ ନିର୍ଦ୍ଦେଶାଳୟ (ବାଲେଶ୍ୱର ଓ ଜୟପୁର)କୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା।

୮. ଓଡ଼ିଆ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପ୍ରଶାସନିକ ସେବା ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର (Coaching Centre) ସ୍ଥାପନ କରିବା।

ପରିଶେଷରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର  ସଫଳତା ହାର ବୃଦ୍ଧିରେ ଗଣମାଧ୍ୟମର  ମତାମତକୁ ପାଥେୟ, କରି ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗ ଆବଶ୍ୟକୀୟ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ନିଜକୁ ବ୍ରତୀ କରିବ ବୋଲି ମୋର ଆଶା ଓ ବିଶ୍ୱାସ।

LEAVE A REPLY

Please enter your comment!
Please enter your name here