ଓଡ଼ିଶାଲାଇଭ୍ ବ୍ୟୁରୋ

Utkal University

ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ୱାଇ-ଫାଇ। ଏହାଦ୍ଵାରା ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କ୍ୟାମ୍ପସରେ ୱାଇ-ଫାଇ ଲଗାଇବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ଵବିଦ୍ୟାଳୟର କୁଳସଚିବମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ଚିଠି ଲେଖିଛନ୍ତି। ବିଶ୍ୱବିଦ୍ୟାଳୟରେ ଇ-ଲର୍ନିଂକୁ ବ୍ୟବସ୍ଥାକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱବିଦ୍ୟାଳୟର ଅଧିକାଂଶ ପାଠ୍ୟ ପୁସ୍ତକ ଅନଲାଇନରେ ଥିବାରୁ ମାଗଣା ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସହାୟକ ହେବ।

ଏହାପୂର୍ବରୁ ୨୦୨୩ ମେ’ ମାସରେ ରାଜ୍ୟ ସରକାର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୱାଇ-ଫାଇ ଦ୍ଵାରା ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ଘୋଷଣା କରିଥିଲେ।   

Tags: #Universities #FreeWi-Fi #FreeInternet #HigherEducation #Odisha

Comment