ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ଏହି ସଫଳତା ହାସଲ କରିଛି। ଫାଫ୍ ଡୁ ପ୍ଲେସିସ୍ଙ୍କ ୬୭ ଏବଂ ସର୍ଦ୍ଦୁଲ ଠାକୁରଙ୍କ ୧୫ ରନ ବଳରେ ଚେନ୍ନାଇ ଆଜି ବିଜୟ ହାସଲ କରିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ କ୍ୱାଲିଫାୟର-୨ରେ ଖେଳିବ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଚେନ୍ନାଇ ପ୍ରଥମେ ଟସ୍ ଜିତିଥିଲେ ମଧ୍ୟ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍ କରିଥିଲା। ୧୪୦ ରନର ବିଜ଼ୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ ଟିମ୍।
ସେନ୍ ୱାଟସନ୍ ଏବଂ ପ୍ଲେସିସ୍ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ। ହେଲେ ପ୍ରଥମ ଓଭରରେ ଭୁବନେଶ୍ବର କୁମାର ଓ୍ବାଟସନଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ହରଭଜନ ସିଂ ୨ ରନରେ ଆଉଟ ହୋଇଥିବା ବେଳେ ଦୀପକ ଚାହର ୧୦ ଏବଂ ରବୀନ୍ଦ୍ର ଜାଡେଜା ୩ ରନରେ ଆଉଟ ହୋଇଥିଲେ। ମହେନ୍ଦ୍ର ସିଂ ଧୋନି ୯ ରନରେ ଆଉଟ ହୋଇଥିଲେ। ୬୨ ରନରେ ଚେନ୍ନାଇର ୬ଟି ୱିକେଟ ଯାଇଥିଲା। ଫାଫ୍ ଡୁ ପ୍ଲେସିସ୍ ୬୭ ରନ କରି ଟିମ୍କୁ ବିଜୟୀ କରାଇଥିଲେ।


















