ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ଚାଲିଥିବା ଭାଗବଣ୍ଟାର ସମାଧାନ ହୋଇଛି। କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ମିଳିଛି। ଏହାସହ ୩୪ ଆସନ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଜଣ ଏବଂ ଜେଡିଏସ୍‌ର ୧୨ ଜଣ ବିଧାୟକ ମନ୍ତ୍ରୀ ରହିବା ନେଇ ନିଷ୍ପତ୍ତି ହୋଇଛି। କିଏ କେଉଁ ବିଭାଗ ପାଇବେ ତାହା ଫ୍ଲୋର ଟେଷ୍ଟ ପରେ ଆବଣ୍ଟନ କରାଯିବ।

କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେହିପରି କଂଗ୍ରେସର କେ ଆର୍ ରମେଶ କୁମାର କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରହିବେ।

ମେଣ୍ଟ ସରକାରରେ ମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କିଏ ରହିବେ ତାକୁ ନେଇ ଦୁଇ ଦିନ ହେଲା ଆଲୋଚନା ଚାଲିଥିଲା। ମଙ୍ଗଳବାର ଅପରାହ୍ଣ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରି ନଥିଲା। ଶେଷରେ ଜେଡିଏସ୍‌ ଏବଂ କଂଗ୍ରେସର ତୁଙ୍ଗ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଗୁରୁତ୍ୱପୂଣ୍ଣ ବୈଠକ ବସିଥିଲା। ବୈଠକରେ କେଉଁ ଦଳର କେତେଜଣ ମନ୍ତ୍ରୀ ରହିବେ ତାହା ସ୍ଥିର କରାଯାଇଛି।

ଦଳିତ ନେତା ପରମେଶ୍ୱରଙ୍କ ଉପ-ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଥିଲେ।

ବୁଧବାର ଦିନ ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ପୂର୍ବରୁ କୁମାରସ୍ୱାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି। କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ କେଉଁ ଦଳର କେତେ ମନ୍ତ୍ରୀ ରହିବେ ତାକୁ ନେଇ ଆଲୋଚନା ଚାଲିଥିଲା।

LEAVE A REPLY

Please enter your comment!
Please enter your name here