ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଦିନିକିଆ କଟକ ଗସ୍ତରେ ଆସୁଛନ୍ତି।

  • ଭୁବନେଶ୍ୱରରୁ ହେଲିକପ୍ଟରରେ କଟକ ଯିବେ ମୋଦି
  • ନରାଜରେ ଅସ୍ଥାୟୀ ହେଲିପ୍ୟାଡ
  • ନରାଜରୁ ସିଧା ବାଲିଯାତ୍ରା ପଡ଼ିଆ ଯିବେ
  • ଜନସାଧାରଣଙ୍କୁ ଉଦବୋଧନ ଦେବେ
  • ୫ଟା୫୫ରେ ନୂଆଦିଲ୍ଲୀ ଫେରିଯିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୬ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ ମୋଦି। ହେଲେ ମୋଦି ୨୬ ତାରିଖ ଅପରାହ୍ଣ ୩ଟା୨୫ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ।

ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଯିବେ। ନରାଜଠାରେ ପ୍ରଶାସନ ତରଫରୁ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଉଛି। ଏହି ଅସ୍ଥାୟୀ ହେଲିପ୍ୟାଡରେ ମୋଦିଙ୍କ ହେଲିକପ୍ଟର ଅବତରଣ କରିବ। ଏହାପରେ ସେ ସଡ଼କ ପଥରେ ସିଧା ବାଲିଯାତ୍ରା ପଡ଼ିଆ ଯିବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ କଟକ ଆସୁଛନ୍ତି ମୋଦି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଏବଂ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଗସ୍ତ ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।

କଟକ ବାଲିଯାତ୍ରା ପଡ଼ିଆରେ ଉଦବୋଧନ ଦେବା ପରେ ମୋଦି ଭୁବନେଶ୍ୱର ଫେରି ଆସିବେ। ସନ୍ଧ୍ୟା ୫ଟା୫୫ରେ ଦିଲ୍ଲୀ ଫେରିଯିବେ।

LEAVE A REPLY

Please enter your comment!
Please enter your name here