ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜେଲ ଦର ବଢ଼ିଥିବାରୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବସ୍ ଭଡ଼ା ବୃଦ୍ଧି କରିଛନ୍ତି।
ଆଜି ପୁଣି ବଢ଼ିଲା ବସ୍ ଭଡ଼ା। ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରି ଏବଂ ଏକ୍ସପ୍ରେସ୍ ବସ୍ କିଲୋମିଟର ପିଛା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ କିଲୋମିଟର ପିଛା ୪ ପଇସା ବଢ଼ିଛି।
ସାଧାରଣ ବସ୍ ଭଡ଼ା କିମି ପିଛା ୬୮ ପଇସା ରହିଥିଲା। ଏହା ୨ ପଇସା ବଢ଼ି ୭୦ ପଇସା ହୋଇଛି। ଏକ୍ସପ୍ରେସ୍ ବସ୍ ମୂଳ୍ୟ କିମି ପିଛା ଥିଲା ୭୧ ପଇସା। ୨ ପଇସା ବଢ଼ି ଏହା ୭୩ ପଇସା ହୋଇଛି।
ଡିଲକ୍ସ ବସ୍ କିମି ପିଛା ଭଡ଼ା ଥିଲା ୯୭ ପଇସା। ୪ ପଇସା ବଢ଼ି ଏହା ୧ଟଙ୍କା ୧ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସ୍ର ଭଡ଼ା ଥିଲା ୧ ଟଙ୍କା ୧୯ ପଇସା। ୪ ପଇସା ବଢ଼ି ଏହା ୧ ଟଙ୍କା ୨୩ ପଇସା ହୋଇଛି।
ଏପ୍ରିଲ ୪ ତାରିଖରେ ବସ୍ ଭଡ଼ା ବୃଦ୍ଧି କରିଥିଲେ ରାଜ୍ୟ ସରକାର। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୧ ପଇସା ବଢ଼ିଥିଲା। ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୨ ପଇସା ବଢ଼ିଥିଲା।








ଡିଜେଲ ଦର ବଢ଼ିଥିବାରୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବସ୍ ଭଡ଼ା ବୃଦ୍ଧି କରିଛନ୍ତି।



