ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲ ଦର ବଢ଼ିବା ପରେ ରାଜ୍ୟ ସରକାର ଆଜି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। କିଲୋମିଟର ପିଛା ୨ରୁ ୪ ପଇସା ଲେଖାଏଁ ଭଡ଼ା ବଢ଼ାଇଛନ୍ତି ସରକାର।

ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ ଭଡ଼ା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା ୪ ପଇସା ବୃଦ୍ଧି ହୋଇଛି।

ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ଥିଲା ୭୦ ପଇସା। ଆଜିର ବୃଦ୍ଧି ପରେ ଭଡ଼ା ୭୨ ପଇସା ହୋଇଛି। ଏକ୍ସପ୍ରେସ୍ ବସ୍‌ ଭଡ଼ା ଥିଲା ୭୩ ପଇସା। ଏବେ ଏହା ୭୫ ପଇସା ହୋଇଛି।

ସେହିପରି ଡିଲକ୍ସ ବସ୍‌ ଭଡ଼ା ଥିଲା ୧ଟଙ୍କା ୧ ପଇସା। ଏଥିରେ ୪ ପଇସା ବଢ଼ିଥିବାରୁ ଭଡ଼ା ହୋଇଛି ୧ ଟଙ୍କା ୫ ପଇସା। ଏସି ଡିଲକ୍ସ ଭଡ଼ା ଥିଲା ୧ ଟଙ୍କା ୨୩ ପଇସା ଏବଂ ଏବେ ଭଡ଼ା ବଢ଼ି ହୋଇଛି ୧ ଟଙ୍କା ୨୭ ପଇସା।

ତେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ରହିଥିବା ବେଳେ ଏବେ ବସ୍‌ ଭଡ଼ ବଢ଼ାଇ ରାଜ୍ୟ ସରକାର ଲୋକଙ୍କ ମୁଣ୍ଡରେ ପୁଣି ଏକ ବୋଝ ଲଦିଛନ୍ତି।

Comment