ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି
  • ଏକ୍ସପ୍ରେସ ବସ୍ ଭଡ଼ା ୭୫ ପଇସାରୁ ୭୬ ପଇସାକୁ ବୃଦ୍ଧି
  • ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫ ପଇସାରୁ ୧ ଟଙ୍କା ୭ ପଇସାକୁ ବୃଦ୍ଧି
  • ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇ ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଯାଇଛି।

ଭଡ଼ା ବୃଦ୍ଧି ପାଇବା ପରେ ସାଧାରଣ ବସ୍ ପାଇଁ କିଲୋମିଟର ପିଛା ୭୩ ପଇସା ଦେବାକୁ ହେବ। ଆଗରୁ ଏଥିପାଇ ୭୨ ପଇସା ଦେବାକୁ ପଡ଼ୁଥିଲା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଛି।

ଅନ୍ୟପଟେ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୭ ପଇସା ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୯ ପଇସା ହୋଇଛି। ପୂର୍ବରୁ ଏହି ଦୁଇ ବସ୍ ପାଇଁ କିଲୋମିଟର ପିଛା ଯଥାକ୍ରମେ ୧ ଟଙ୍କା ୫ ପଇସା ଓ ୧ ଟଙ୍କା ୨୭ ପଇସା ଦେବାକୁ ପଡ଼ୁଥିଲା।

ରାଜ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ଏବେ ବସ୍ ଭଡ଼ା ବୃଦ୍ଧି ଲୋକଙ୍କ ପକେଟକୁ ବାଧିବ ବୋଲି କୁହାଯାଉଛି।

Comment