ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବା ପରେ ଗୁରୁବାର ରାଜ୍ୟରେ ବସ ଭଡ଼ା ହ୍ରାସ ହୋଇଛି। ସାଧାରଣ ବସ ଭଡ଼ା କିଲୋମିଟର ପ୍ରତି ୯୨ରୁ ୮୯ ପଇସାକୁ ହ୍ରାସ ହୋଇଛି। ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପ୍ରତି ୯୬ରୁ ୯୩ ପଇସାକୁ ହ୍ରାସ ହୋଇଛି।

ଡିଲକ୍ସ ବସ ଭଡ଼ାରେ ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସାକୁ ହ୍ରାସ ହୋଇଛି। ଏହା ସହିତ ଏସି ଡିଲକ୍ସ ବସ ଭଡ଼ାରେ ୧ ଟଙ୍କା ୬୫ ପଇସାରୁ ୧ ଟଙ୍କା ୫୭ ପଇସାକୁ ହ୍ରାସ ହୋଇଥିବାବେଳେ ସୁପର ପ୍ରିମିୟମ ବସ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ହୋଇଛି।

ପୂର୍ବରୁ ଲଗାତର ଭାବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବା ପରେ ରାଜ୍ୟରେ ଦୁଇ ଥର ବସ ଭଡ଼ାରେ ବୃଦ୍ଧି ହୋଇଥିଲା। ବସ୍ ବୃଦ୍ଧିକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ବସ ଭଡ଼ା ହ୍ରାସ ହୋଇଥିବା ଖବର ପରେ ବସଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

Tags: #BusFare #Odisha #PriceFall #PetrolDiesel

Comment