ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଧର୍ମଘଟ ଯୋଗୁଁ ଶୁକ୍ରବାର ଓ ଶନିବାର ଦୁଇଦିନ ପାଇଁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆଜିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଭାଟ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ତେଣୁ ତୈଳ କମ୍ପାନିଗୁଡ଼ିକ ଏହି କ୍ଷତି ପୂରଣ କରିବା ନିମନ୍ତେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଦାବି କରିଛି।

ଦାବିପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନିଗୁଡ଼ିକ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଚେତାବନୀ ଦେଇଛି। ଦୁଇଦିନିଆ ଧର୍ମଘଟ ସମୟରେ ତୈଳକମ୍ପାନିଗୁଡ଼ିକଠାରୁ କୌଣସି ପ୍ରଡକ୍ଟ କ୍ରୟ କରାଯିବ ନାହିଁ ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି।

ଧର୍ମଘଟ ଯୋଗୁଁ ଦୁଇଦିନ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରଖାଯିବ ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି। କିନ୍ତୁ ସାଧାରଣ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପଗୁଡ଼ିକୁ ଦିନ ବେଳା ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

Tags: #Petrol #Diesel #PetroleumDealersAssociation #Strike #ClosePetrolPump

Comment