ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ସପ୍ତାହରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାର ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପି ଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାର ଆଶଙ୍କା କରାଯାଉଛି। ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଏବେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୯ ଟଙ୍କା କ୍ଷତି ସହୁଛନ୍ତି। ତେଣୁ ୯ ଟଙ୍କା ଲେଖାଏଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ତୈଳ ବଜାରରେ ଅସ୍ଥିରତା ଲାଗି ରହିଛି। ନିୟମିତ ବ୍ୟବଧାନରେ ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି।

୨୦୧୪ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାର ରହିଛି ଭାରତ କିଣୁଥିବା ଅଶୋଧିତ ତୈଳ ଦର ମାର୍ଚ୍ଚ ୧ରେ ବ୍ୟାରେଲ ପିଛା ୧୦୨ ଡଲାରରୁ ଅଧିକ ରହିଥିଲା। ଯାହାର ମୂଲ୍ୟ ଅଗଷ୍ଟ ୨୦୧୪ରେ କିଣାଯାଇଥିବା ଅଶୋଧିତ ତୈଳଦର ଠାରୁ ଅଧିକଗତ ୨୦୨୧ରେ ତୈଳଦର ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ନଭେମ୍ବର ୨୦୨୧ରେ ଦର ଉପରେ ଲଗାମ ଲାଗିଥିଲା ସେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୧.୫ ଡଲାର ରହିଥିଲା

LEAVE A REPLY

Please enter your comment!
Please enter your name here