ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଓମଫେଡ କ୍ଷୀରର ମୂଲ୍ୟ। ପ୍ରିମିୟମ ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଗୋଲ୍ଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ପ୍ରାୟ ୩ ବର୍ଷ ପରେ ଓମଫେଡ କ୍ଷୀର ଦର ବୃଦ୍ଧି ହୋଇଛି। ନୂଆ ମୂଲ୍ୟରେ ଏବେ ଉପଲବ୍ଧ ହେଉଛି ଓମଫେଡ କ୍ଷୀର ପ୍ୟାକେଟ।

ଜୁନ ୧ ତାରିଖ ବିଶ୍ଵ ଦୁଗ୍ଧ ଦିବସ ଅବସରରେ ଓମଫେଡ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିସହ ଓମଫେଡ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଘୋଷଣା ହୋଇଥିଲା। ଜୁନ ୧୩ ତାରିଖରୁ ନୂଆ ଦର ଲାଗୁ ହେବ ବୋଲି କୁହାଯାଇଥିଲା। କିନ୍ତୁ ଜୁନ ୨୧ ତାରିଖରୁ ନୂଆ ଦର ସହ ବଜାରରେ ଉପଲବ୍ଧ ହେଉଛି ଓମଫେଡ କ୍ଷୀର।

Tags: #Omfed #Milk #PriceHike #Odisha

Comment