ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏଣିକି ଓମ୍‌ଫେଡ କ୍ଷୀର କିଣିବା ମହଙ୍ଗା ହେବ। ଅଧା ଲିଟର ଓମ୍‌ଫେଡ କ୍ଷୀର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ଏବେ ଅଧା ଲିଟର ଓମ୍‌ଫେଡ କ୍ଷୀର ପାଇଁ ୨୪ ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ମୂଲ୍ୟ ଆସନ୍ତା ଏପ୍ରିଲ ୨୧ ତାରିଖରୁ ଲାଗୁ ହେବ।

ଚାଷୀଙ୍କ ଦାବି ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବଢ଼ିବା କାରଣରୁ ଓମ୍‌ଫେଡ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇଛି। ଗ୍ରାହକଙ୍କୁ ୨୧ ତାରିଖରୁ ଅଧା ଲିଟର ଓମ୍‌ଫେଡ ଗୋଲ୍ଡ ଏବଂ ପ୍ରିମିୟମ କ୍ଷୀର ୨୪ ଟଙ୍କାରେ କ୍ରୟ କରିବାକୁ ପଡ଼ିବ। ଟୋନ୍‌ଡ କ୍ଷୀର ୨୧ ଟଙ୍କାରେ କ୍ରୟ କରିବାକୁ ପଡ଼ିବ।

ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଏବେ କ୍ଷୀର ମୂଲ୍ୟରେ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି।

Tags: #OmfedMilk #Milk #TonedMilk #PremiumMilk #PriceHike #Odisha

LEAVE A REPLY

Please enter your comment!
Please enter your name here