ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ଆଳୁ ଉପରେ ପଡ଼ିଛି। ରାଜ୍ୟରେ ଆଳୁ କେଜି ପିଛା ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ କେଜି ପିଛା ୨୦ ଟଙ୍କା ଥିବାବେଳେ ଏବେ ୨୨ରୁ ୨୩ ଟଙ୍କା ଦେଇ ଆଳୁ କିଣୁଛନ୍ତି ଗ୍ରାହକ। ଆଗକୁ ଆଳୁ ଦର ଆହୁରି ବଢ଼ିବ ବୋଲି କୁହାଯାଉଛି।

ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେଉଥିବାରୁ ପରିବହନ ଖର୍ଚ୍ଚରେ ବୃଦ୍ଧି ହୋଇଛି। ଓଡ଼ିଶାକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ ହୋଇଆସୁଛି। ପଶ୍ଚିମବଙ୍ଗରେ ଆଳୁ କ୍ଵିଣ୍ଟାଲ ପିଛା ହୋଲସେଲ ଦରରେ ୧,୫୦୦ରୁ ୧,୬୫୦ ଟଙ୍କା ରହିଥିବାବେଳେ ଉତ୍ତରପ୍ରଦେଶରେ ୧,୬୫୦ରୁ ୧୭୫୦ ଟଙ୍କା ରହିଛି। ଏହି ମୂଲ୍ୟରେ ଆଗକୁ ବୃଦ୍ଧି ହେବାର ଯୋଜନା ରହିଛି।

ଆଳୁ ମୂଲ୍ୟ ସହ ପରିବହନ ଖର୍ଚ୍ଚ ଯୋଡ଼ାଯିବ। ଆଗକୁ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କା ହେବାର ସମ୍ଭାବନା ରହିଛି। ଆଳୁ ସହ ଅତିରିକ୍ତ ପରିବହନ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦି ହେବ। ଅଧିକ ମୂଲ୍ୟ ଦେଇ ଆଳୁ କିଣା ଯାଉଥିବାରୁ ଆଳୁ ମୂଲ୍ୟରେ ବୃଦ୍ଧି ହୋଇଛି। ଆଳୁ ଆମଦାନୀ ଖର୍ଚ୍ଚ ବଢ଼ିଲେ ଅଧିକ ଦାମରେ  ଆଳୁ ବିକ୍ରି କରାଯିବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଚିବ।

Tags: #Potato #PriceHike #Odisha #PetrolDieselPrice #Import #Transport

Comment