ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବଢ଼ିଲା ସୁନା ଦର। ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୭୩ ହଜାର ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଦିନ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୭ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ମାତ୍ର ଗୋଟିଏ ଦିନରେ ସୁନା ମୂଲ୍ୟ ହଜାର ଟଙ୍କା ବଢ଼ିଛି।

ଗୁରୁବାର ଦିନ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୨୨୦ ଟଙ୍କା ରହିଥିବାବେଳେ ଶୁକ୍ରବାର ଦିନ ଏଥିରେ ୧,୦୯୦ ଟଙ୍କା ବୃଦ୍ଧି ହୋଇଛି। ଏହା ସହ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୬ ହଜାର ୨୦୦ ଟଙ୍କା ଥିବାବେଳେ ଶୁକ୍ରବାର ଦିନ ଏଥିରେ ଏକ ହଜାର ଟଙ୍କା ବଢ଼ି ୬୭ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ଗୁରୁବାର ଦିନ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୪ ହଜାର ୧୬୦ ଟଙ୍କା ରହିଥିବା ବେଳେ ଶୁକ୍ରବାର ଦିନ ୫୪ ହଜାର ୯୮୦ ଟଙ୍କାରେ ପହଞ୍ଚିଛି। ଦିନକ ମଧ୍ୟରେ ୧୮ କ୍ୟାରେଟ ସୁନା ଦରରେ ୮୨୦ ଟଙ୍କା ବୃଦ୍ଧି ହୋଇଛି।

Tags: #GoldRate #PriceHike #Odisha #GoldPrice #GoldPriceinOdisha #GoldPriceinBhubaneswar

LEAVE A REPLY

Please enter your comment!
Please enter your name here