ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ଉପଭୋକ୍ତାଙ୍କ ଉପରେ ପୁଣି ଆର୍ଥିକ ଚାପ। କାରଣ ମହାଙ୍ଗା ହୋଇଛି ଘରୋଇ ଗ୍ୟାସର ମୂଲ୍ୟ। ୧୪.୨ କିଲୋଗ୍ରାମ ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରତି ସିଲିଣ୍ଡର ପିଛା ବଢ଼ିଛି ୫୦ ଟଙ୍କା। ଏହା ସହିତ ୫ କିଲୋଗ୍ରାମ ଯୁକ୍ତ ଘରୋଇ ସିଲିଣ୍ଡର ଗ୍ୟାସ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ଏଥିରେ ୧୮ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।

ଏହା ପୂର୍ବରୁ ଗତ ଜୁନ ୧୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଥିଲା। ଏହି ମୂଲ୍ୟ ବୃଦ୍ଧି ପରେ ୧୪.୨ କେଜି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ୯୯୯ ଟଙ୍କାରେ କ୍ରୟ କରୁଥିଲେ ଉପଭୋକ୍ତା। ଜୁନ ମାସ ପୂର୍ବରୁ ଗତ ମେ’ ୭ ତାରିଖରେ ମଧ୍ୟ ଘରୋଇ ଗ୍ୟାସ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା।

କେଉଁ ସହରରେ କେତେ ରହିଛି ଘରୋଇ ଗ୍ୟାସ ମୂଲ୍ୟ?

ଭୁବନେଶ୍ଵରରେ ୧,୦୨୯ ଟଙ୍କା ହୋଇଛି। ଦିଲ୍ଲୀରେ ୧,୦୫୩ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ୧,୦୫୩ ଟଙ୍କା ହୋଇଛି। ସେହିପରି କୋଲକାତାରେ ୧,୦୭୯ ଟଙ୍କା, ଚେନ୍ନାଇରେ ୧,୦୬୯ ଟଙ୍କା, ଜୟପୁରରେ ୧,୦୫୭ ଟଙ୍କା ଏବଂ ପାଟଣାରେ ୧,୧୪୩ ଟଙ୍କା ହୋଇଛି। ଏହା ସହିତ ଇନ୍ଦୋରରେ ୧,୦୮୧ ଟଙ୍କା, ଅହମଦାବାଦରେ ୧,୦୬୦ ଟଙ୍କା, ପୁଣେରେ ୧,୦୫୬ ଟଙ୍କା, ଗୋରଖପୁରରେ ୧,୦୬୨ ଟଙ୍କା, ଭୋପାଳରେ ୧,୦୫୯ ଟଙ୍କା ଏବଂ ଆଗ୍ରାରେ ନୂଆ ମୂଲ୍ୟ ୧,୦୬୬ ଟଙ୍କା ହୋଇଛି। 

କିଛି ଦିନ ପୂର୍ବରୁ ୧୯ କିଲୋଗ୍ରାମ ଯୁକ୍ତ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଥିଲା। ପ୍ରତି ସିଲିଣ୍ଡର ପିଛା ୧୯୮ ଟଙ୍କା ହ୍ରାସ କରାଯାଇଥିଲା। ଏହା ପରେ ପୁନର୍ବାର କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଆଉ ୮ ଟଙ୍କା ୫୦ ପଇସା ହ୍ରାସ କରାଯାଇଥିଲା। ବର୍ତ୍ତମାନ ୧୯ କେଜି ଯୁକ୍ତ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୧୨ ଟଙ୍କା ରହିଛି।

Tags: #Gas #LPGGas #CylinderPrice #PriceHike

Comment