ଓଡ଼ିଶାଲାଇଭ୍ ବ୍ୟୁରୋ          

ମହଙ୍ଗା ହେଲା ଓମ୍‌ଫେଡ କ୍ଷୀର କିଣିବା। ଗୁରୁବାରଠାରୁ ଲାଗୁ ହୋଇଛି ନୂଆ ଦର। କ୍ଷୀର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ଚାଷୀଙ୍କ ଦାବିକୁ ଗୁରୁତ୍ଵ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ ଅଧା ଲିଟର ଓମଫେଡ୍ ଗୋଲ୍ଡ କ୍ଷୀରର ମୂଲ୍ୟ ୨୪ ଟଙ୍କାରେ ବିକ୍ରି ହେଉଛି।

ସେହିପରି ଅଧା ଲିଟର ଓମଫେଡ୍ ପ୍ରିମିୟମ କ୍ଷୀରର ମୂଲ୍ୟ ୨୪ ଟଙ୍କା ଓ ଓମଫେଡ ଟୋନଡ କ୍ଷୀରର ମୂଲ୍ୟ ୨୧ ଟଙ୍କା ହୋଇଛି। ଏହି ବର୍ଦ୍ଧିତ ମୂଲ୍ୟରୁ ଚାଷୀଙ୍କ ଖାତାକୁ ୧ ଟଙ୍କା ୩୫ ପଇସା ଯିବ। ଏହା ସହିତ ୧୦ ପଇସା ସୋସାଇଟି, ୫୫ ପଇସା ଟ୍ରାନ୍ସପୋର୍ଟ, ପ୍ୟାକେଜିଂ ଓ ଅନ୍ୟାନ ଖର୍ଚ୍ଚରେ ଲାଗିବ।

ଆଜିଠାରୁ ଓମଫେଡ ପକ୍ଷରୁ ଓମଫେଡ ଚା’ ସ୍ପେଶାଲ ନାମରେ ଏକ ନୂଆ ପ୍ରକାରର କ୍ଷୀର ଯୋଗାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଏହା ଉପଲବ୍ଧ ହେବ। ଅଧା ଲିଟର ଓମଫେଡ ଚା’ ସ୍ପେଶାଲର ମୂଲ୍ୟ ୨୩ ଟଙ୍କା ରହିଛି।

Tags: #OmfedMilk #PriceHike #NewRate #Odisha

LEAVE A REPLY

Please enter your comment!
Please enter your name here