ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ। କିନ୍ତୁ ଘରୋଇ ରନ୍ଧନ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଜୁଲାଇ ପହିଲାରେ ୧୯ କିଲୋଗ୍ରାମ ଯୁକ୍ତ ନୀଳ ରଙ୍ଗର ବ୍ୟବସାୟିକ ଗ୍ୟାସ ମୂଲ୍ୟରେ ୭ ଟଙ୍କା ବୃଦ୍ଧି କରାଯାଇଛି।

ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୧,୭୭୩ ଟଙ୍କା ରହିଥିବାବେଳେ ଏବେ ଏହା ୧,୭୮୦ ଟଙ୍କା ହୋଇଛି। ଗତ ମାର୍ଚ୍ଚ ୧ ତାରିଖରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨,୧୧୯.୫୦ ଟଙ୍କା ରହିଥିଲା। ଏପ୍ରିଲ ମାସରେ ମୂଲ୍ୟ ହ୍ରାସ କରାଯିବା ପରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୨,୦୨୮ ଟଙ୍କାରେ ବିକ୍ରି ହେଉଥିଲା। ଗତ ମେ’ ଏବଂ ଜୁନ ମାସରେ ମଧ୍ୟ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା।

ମୂଲ୍ୟ ହ୍ରାସ ପରେ ମେ’ ମାସରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୧୮୫୬.୫୦ ପଇସାରେ ବିକ୍ରି ହୋଇଥିବାବେଳେ ଜୁନ ୧ ତାରିଖରେ ପୁଣି ମୂଲ୍ୟ ହ୍ରାସ ହୋଇ ୧,୭୭୩ ଟଙ୍କା ହୋଇଯାଇଥିଲା।

ପ୍ରତି ମାସ ପହିଲାକୁ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିଥାନ୍ତି। ଜୁନ ମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ହ୍ରାସ କରାଯାଇଥିବାବେଳେ ଜୁଲାଇ ମାସରେ ୭ ଟଙ୍କା ବୃଦ୍ଧି କରାଯାଇଛି।

Tags: #Gas #CommercialGas #PriceHike

Comment