ଓଡ଼ିଶାଲାଇଭ୍ ବ୍ୟୁରୋ

ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ପୁଣି ଏକ ମହଙ୍ଗା ମାଡ଼କୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଗ୍ରାହକ। ଏବେ ଏଲ୍‌ପିଜି ଗ୍ୟାସ କନେକ୍ସନ ମୂଲ୍ୟରେ ବୃଦ୍ଧି ହୋଇଛି। ନୂଆ ଏଲ୍‌ପିଜି ଗ୍ୟାସ କନେକ୍ସନ ନେବାକୁ ହେଲେ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ।

ଏଥିରେ ଗ୍ୟାସ ସିଲିଣ୍ଡର ପାଇଁ ଅତିରିକ୍ତ ୭୫୦ ଏବଂ ରେଗୁଲେଟର ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ ଗ୍ରାହକଙ୍କୁ। ଏହି ନୂଆ ଦର ଜୁନ ୧୬ ତାରିଖଠାରୁ ଲାଗୁ ହୋଇଛି। ନୂଆ କନେକ୍ସନ ନେଲେ ସିଲିଣ୍ଡର ଏବଂ ରେଗୁଲେଟର ପାଇଁ ସିକ୍ୟୁରିଟି ଟିପୋଜିଟ୍ ସମୟରେ ୮୫୦ ଟଙ୍କା ଅଧିକ ଦେବାକୁ ହେବ।

ନୂଆ (୧୪.୨ କେଜିର ସିଲିଣ୍ଡର) କନେକ୍ସନ ପାଇଁ ଏବେ ୨,୨୦୦ ଟଙ୍କା ଦେବାକୁ ପଡ଼ିବ। ଦୁଇଟି ସିଲିଣ୍ଡର ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ୪,୪୦୦ ଟଙ୍କା ସିକ୍ୟୁରିଟି ଡିପୋଜିଟ ଦେବାକୁ ପଡ଼ିବ।

ପୂର୍ବରୁ ଗ୍ୟାସ ସିଲିଣ୍ଡର ପାଇଁ ଏହି ଡିପୋଜିଟ୍ ରାଶି ୧୪ ଶହ ୫୦ ଟଙ୍କା ଥିଲା। ଏହି ବର୍ଦ୍ଧିତ ଡିପୋଜିଟ୍ ରାଶି କେବଳ ଘରୋଇ ସିଲିଣ୍ଡର ପାଇଁ ଲାଗୁ କରାଯାଇଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସିକ୍ୟୁରିଟି ଡିପୋଜିଟ୍ ରାଶିରେ କୌଣସି ପରିବର୍ତ୍ତନ ହୋଇନାହିଁ।

Tags: #Gas #LPGCylinder #NewConnection #Consumer #Price

LEAVE A REPLY

Please enter your comment!
Please enter your name here