ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି। ମଙ୍ଗଳବାରଠାରୁ ଏହି ନୂତନ ଦର ଲାଗୁ ହେବ। ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଗତ ୨୧ ତାରିଖ ୯୫.୪୧ ଟଙ୍କା ଥିବାବେଳେ ଏଥିରେ ବୃଦ୍ଧି ହୋଇ ୨୨ ତାରିଖ ୯୬.୨୧ ଟଙ୍କା ହୋଇଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ୮୬.୬୭ ଟଙ୍କା ଥିବାବେଳେ ଆଜି ନୂଆ ଦର ଲାଗୁ ହେବା ପରେ ୮୭.୪୭ ଟଙ୍କାରେ ପହଞ୍ଚିଛି।

ଭୁବନେଶ୍ଵରରେ ସୋମବାର ପେଟ୍ରୋଲ୍‌ ମୂଲ୍ୟ ୧୦୧ ଟଙ୍କା ୮୧ ପଇସା ଥିବାବେଳେ ଆଜି ନୂଆ ଦର ଲାଗୁ ହେବା ପରେ ଏହା ୧୦୨ ଟଙ୍କା ୬୬ ପଇସା ହୋଇଛି। ଗତକାଲି ଡିଜେଲ ମୂଲ୍ୟ ୯୧ ଟଙ୍କା ୬୨ ପଇସା ଥିଲା। ନୂଆ ମୂଲ୍ୟ ଯୋଡ଼ି ହେବା ପରେ ଡିଜେଲ ଲିଟର ପିଛା ୯୨ ଟଙ୍କା ୪୮ ପଇସା ହୋଇଛି।

ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାର ଟପିଥିଲେ ମଧ୍ୟ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଭାରତ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ହୋଇନଥିଲା। ଇଣ୍ଡିଆନ ଅଏଲ କର୍ପୋରେସନର ସୂଚନା ଅନୁସାରେ ମୁମ୍ବାଇରେ ମାର୍ଚ୍ଚ ୨୨ ତାରିଖ ପୋଟ୍ରୋଲ ମୂଲ୍ୟ ୧୦୯.୯୮ ଟଙ୍କାରୁ ବୃଦ୍ଧି ହୋଇ ଲିଟର ପିଛା ୧୧୦.୮୨ ଟଙ୍କାରେ ପହଞ୍ଚିଛି। ଡିଜେଲ ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ଥିବାବେଳେ ଆଜି ନୂଆ ମୂଲ୍ୟ ହିସାବରେ ୯୫ ଟଙ୍କା ହୋଇଛି।

Tags: #Petrol #Diesel #PetrolDieselPrice #PriceHike #PriceHikeinOdisha #PriceHikeinIndia

Comment