ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢିଲା ବସ ଭଡ଼ା। କିଲୋମିଟର ପିଛା ୪ପଇସାରୁ ୧୨ପଇସା ପର୍ଯ୍ୟନ୍ତ ଭଡ଼ା ବଢ଼ିଛି। ଶୁକ୍ରବାରଠାରୁ ବର୍ଦ୍ଧିତ ଦର ଲାଗୁ ହେବା ନେଇ ସୂଚନା ରହିଛି। ତେବେ ଡିଜେଲ ଦର ବୃଦ୍ଧି ପାଇଁ ସ୍ଵୟଂକ୍ରିୟ ବ୍ୟବସ୍ଥାରେ ବସ୍ ଭଡ଼ା ବୃଦ୍ଧି ପାଇଛି।

ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି। ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ଟଙ୍କା ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଥିବା ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।bus-strike-Paralakhemundiପୂର୍ବରୁ ମାର୍ଚ୍ଚ ୪ତାରିଖରେ ବସ୍ ଭଡ଼ା ବଢ଼ିଥିଲା। ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ଟଙ୍କା ୭୭ପଇସା ଥିବାବେଳେ, ବର୍ତ୍ତମାନ ଏହାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଅନେକ ସ୍ଥାନରେ ଏହାର ମୂଲ୍ୟ ୯୭ଟଙ୍କା ୨୫ ପଇସା ରହିଥିବାବେଳେ, ଆଉ କିଛି ସ୍ଥାନରେ ୧୦୦ପାର୍ ହୋଇଛି।

କୋଭିଡ ସଂକ୍ରମଣ ପାଇଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ଜୁଲାଇ ୧ରୁ ରାଜ୍ୟରେ ଆଂଶିକ ଲକଡାଉନ୍ ଘୋଷଣା ହେବାପରଠାରୁ ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ମିଳିଛି। ଅନୁମତି ମିଳିବାପରେ ଗୁରୁବାର ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment