ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାଧାରଣ ବସର ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି
  • ଏକ୍ସପ୍ରେସ ବସର ଭଡ଼ା ୭୦ ପଇସାରୁ ୭୩ ପଇସାକୁ ବୃଦ୍ଧି
  • ଡିଲକ୍ସ ବସର ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ ପଇସାକୁ ବୃଦ୍ଧି
  • ଏସି ଡିଲକ୍ସ ବସର ଭଡ଼ା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି

ଲଗାତାରା ଭାବରେ ତେଲଦର ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ବସ୍ ଭଡ଼ାକୁ ବୃଦ୍ଧି କରିଛନ୍ତି। ଏନେଇ ମଙ୍ଗଳବାର ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସାଧାରଣ ବସଗୁଡ଼ିକର ଭଡ଼ାକୁ କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ ବସର ଭଡ଼ା ୭୦ ପଇସାରୁ ୭୩ ପଇସାକୁ ଏବଂ ଡିଲକ୍ସ ବସର ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ ପଇସାକୁ ବୃଦ୍ଧି କରାଯାଇଛି। ସେହପରି ଏସି ଡିଲକ୍ସ ବସର ଭଡ଼ାକୁ କିଲୋମିଟର ପିଛା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି।

ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comment