ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ ରୋଡର ନବୀନ ନିବାସ ସମ୍ମୁଖରେ ଉଭୟ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୋ ବସ ସେବାର ସଫଳତା ପରେ ଇ-ବସ ଏବଂ ଇ-ରିକ୍ସା ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ପରିବେଶ ଅନୁକୂଳ ଗମନାଗମନ ବ୍ୟବସ୍ଥା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉଭୟ ଇ-ବସ ଏବଂ ଇ-ରିକ୍ସା ସେବାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ଵରରେ ପ୍ରଥମେ ଏହି ସେବା ଆରମ୍ଭ କରାଯାଇଛି। ଏହା ମୋ ବସର ୪ଟି ରୁଟରେ ଚାଲିବ। ସମସ୍ତ ଇ- ବସରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ ରହିଛି। ଏହା ସହ ଗାଇଡ ଭାବେ ୫୦ ପ୍ରତିଶତ ମହିଳା  ଏବଂ ମୋ ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥି ଭାବେ ନିଯୁକ୍ତି ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରେ ଚାଲିବ ୧୦ଟି ଇ-ବସ ଓ ୪୫ଟି ଇ-ରିକ୍ସା ଚାଲିବ। ଚଳିତ ବର୍ଷ ସୁଦ୍ଧା କଟକ, ପୁରୀ ଏବଂ କୋଣାର୍କରେ ଇ-ବସ ସେବା ଆରମ୍ଭ କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #EBus #EBustService #Bhubaneswar #EBusServiceInaugurate #CMOdisha #NaveenPatnaik

Comment