ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାକୁ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ହେଲେ ଏହି ସମୟରେ ରାଜ୍ୟରେ ବସ୍ ଚଳାଚଳ କରିପାରିବ। ଏନେଇ ଗୁରୁବାର ରାଜ୍ୟ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ସଟଡାଉନ୍ ସତ୍ତ୍ୱେ ବସ୍ ଚଳାଚଳ ଓ ବସ୍ ଷ୍ଟାଣ୍ଡ ଖୋଲାରହିବ। ପ୍ରାଇଭେଟ୍ ଗାଡ଼ିଗୁଡ଼ିକ ମଧ୍ୟ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯିବା ଆସିବା କରିପାରିବ।

ଅନ୍ୟପଟେ ଯାତ୍ରୀମାନେ ନିର୍ବିଘ୍ନରେ ବସରେ ଯିବା ଆସିବା କରିପାରିବେ ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ହେଲେ ବସରେ ଯିବାକୁ ପାଇଁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ବସଗୁଡ଼ିକ ଦିନକୁ ୨ଥର ସାନିଟାଇଜ୍ କରାଯାଉଛି ବୋଲି ମଧ୍ୟ କୁହାଯାଇଛି।

Comment