ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଟ୍‌ଡାଉନ୍‌ ବେଳେ ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଏନେଇ ଗତକାଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସଟ୍‌ଡାଉନ୍‌ ବେଳେ ବସ୍‌ ଚଳାଚଳ ଉପରେ କୌଣସି କଟକଣା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏଣୁ ଯାତ୍ରୀମାନେ ନିର୍ବିଘ୍ନରେ ବସ୍‌ରେ ଯାତ୍ରା କରିପାରିବେ।

ବସ୍‌ରେ ଆସୁଥିବା ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କୁହାଯାଇଛି। ଏହାସହ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ବସ୍‌ରେ ଆରାମରେ ଯାଇପାରିବେ। ବସ୍‌କୁ ଦିନକୁ ଦୁଇଥର ବିଶୋଧନ କରାଯାଉଥିବା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ଯାତ୍ରୀମାନେ ବସ୍‌ ଷ୍ଟାଣ୍ଡରେ ଓହ୍ଲାଇବା ପରେ ସେମାନେ ଘରକୁ ଯାଇପାରିବେ। ପୋଲିସକୁ ନିଜ ଟିକେଟ ଦେଖାଇ ଯାଇପାରିବେ। ଏହାସହ ଟ୍ୟାକ୍ସି, ଘରୋଇ ଗାଡ଼ି, ଓଲା, ଉବେର ଆଦି ବସ୍‌ ଷ୍ଟାଣ୍ଡକୁ ଯାଇ ଆସି ପାରିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏଥିପାଇଁ କେବଳ ପୋଲିସର ଅନୁମତି ନେବାକୁ ପଡ଼ିବ।

Comment