ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀଙ୍କ କହିବା ଅନୁସାରେ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହେବ। ସଂସ୍ଥା ସହିତ ବିସ୍ତୃତ ଆଲୋଚନା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

କୋଭିଡ୍-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଏନ୍.କେ. ଅରୋରା କହିଛନ୍ତି ଯେ କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ କମ୍ କରାଯାଇପାରେ। ଏହି ପାର୍ଥକ୍ୟ କେବଳ ୪୫ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ହ୍ରାସ କରାଯିବ। ବର୍ତ୍ତମାନ ସମସ୍ତ ବୟସ୍କ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ପରେ ୧୨ରୁ ୧୬ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ବ୍ୟବସ୍ଥା କରାଯିବ।

ଇତି ମଧ୍ୟରେ  ଦେଶରେ ଟିକାକରଣରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। ଦେଶରେ ମୋଟ ଟିକାକରଣ ୬୦ କୋଟି ଡୋଜ୍ ଟପିଛି। ୬୦ କୋଟି ୨୬ ଲକ୍ଷ ୬୧ ହଜାର ୯୩୮ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ନେଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ପ୍ରଥମ ଡୋଜ ପ୍ରାୟ ୪୭ କୋଟି ଲୋକ ନେଇଥିବା ବେଳେ  ୧୪ କୋଟି ଲୋକ ଦୁଇଟି ଯାକ ଡୋଜ ନେଇସାରିଛନ୍ତି। ଓଡ଼ିଶାରେ ବି  ମୋଟ ୨ କୋଟିରୁ ଅଧିକ ଲୋକଙ୍କୁ  ଟିକା ଦିଆସରିଛି।

Comment