ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଏବେ ପୁଣିଥିରେ ଭୟ ବଢ଼ାଇ ଦେଇଛି। ସାଉଥ ଆଫ୍ରିକାରୁ ଆସିଥିବା ଏହି ନୂଆ ଭାରିଏଣ୍ଟ ଭାରତରେ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ସବୁ ଜିଲ୍ଲାପାଳମାନେ ମଧ୍ୟ ସଜାଗ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବେଳହୁଁ ସାବଧାନ ହୋଇ ସରକାର ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ବିଦେଶରୁ ଆସୁଥିବା ସବୁଲୋକଙ୍କ ପ୍ରତି କଡ଼ା ନଜର ରଖିବା ସହ ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଉପରେ ଫୋକସ୍‌ କରିବାକୁ କୁହାଯାଇଛି।

ଦେଶରେ କରୋନା ମିଟର ତଳକୁ ଖସି ଥିବାରୁ ବିଭିନ୍ନ ରାଜ୍ୟରେ ଏବେ ସ୍କୁଲ, କଲେଜ, ହଷ୍ଟେଲ ଖୋଲାଯାଇଛି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି।

ଯେଉଁମାନେ କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comment