ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବଢ଼ିଲାଣି କୋଭିଡ ସଂକ୍ରମଣ। ରବିବାର ଦିନର ରିପୋର୍ଟ ଅନୁସାରେ ୧,୮୯୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ୧୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ଦେଶରେ ୯ ହଜାର ୪୦୦ ସକ୍ରିୟ ମାମଲା ରହିଥିବାବେଳେ ଓଡ଼ିଶାରେ ୮୭ ଜଣ ରହିଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ ଏବଂ ତେଲେଙ୍ଗାନାରେ ସର୍ବାଧିକ ମାମଲା ରହିଛି। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ।

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ ମୁକାବିଲା ପାଇଁ ବେଡ, ଆଇସିୟୁ ଏବଂ ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ଡାକ୍ତରଖାନାକୁ ଚିଠିରେ କୁହାଯାଇଛି।

ଏସସିବି, ଏମକେସିଜି, ବୁର୍ଲା ଏବଂ କୋରାପୁଟ ସରକାରୀ ଡାକ୍ତରଖାନାକୁ ୨୦ଟି ବେଡ ଏବଂ ୨ଟି ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Tags: #Covid19 #CovidCases #Hospitals #HelthDepartment #Odisha

Comment