ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଦେଶରେ ଦୈନିକ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। ଏହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶରେ ସକ୍ରିୟ କୋଭିଡ୍ ମାମଲା ୧୩ ହଜାର ୫୦୯ରେ ପହଞ୍ଚିଛି। ବୁଧବାର ଦେଶରେ କୋଭିଡ୍ କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଗୁରୁବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଦେଶରେ ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ପୂର୍ବଦିନ ଅପେକ୍ଷା ୪୦ ପ୍ରତିଶତ ବୃଦ୍ଧି ହୋଇଛି। ବୁଧବାର ଏହି ସଂଖ୍ୟା ୨,୧୫୧ ଥିବାବେଳେ ଗୁରୁବାର ୩୦୧୬ ହୋଇଛି। ଅନ୍ୟପଟେ ବୁଧବାର ୧,୨୨୨ ଜଣ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଥିଲେ।

ଏବେ ଦେଶରେ କୋଭିଡ୍-୧୯ର ଦୈନିକ ସଂକ୍ରମଣ ହାର ୧.୫୧ ପ୍ରତିଶତ ରହିଛି। ସେହିଭଳି ସାପ୍ତାହିକ ସଂକ୍ରମଣ ହାର ୧.୫୩ ପ୍ରତିଶତ ରହିଛି। ଅନ୍ୟପଟେ ଏବେ ଦେଶରେ କୋଭିଡର ‘ରିକଭରି ରେଟ୍’ ୯୮.୭୮ ପ୍ରତିଶତ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବୁଧବାର ଭାରତରେ ୧ ଲକ୍ଷ ୪୨ ହଜାର ୪୯୭ଟି ନମୁନା ପରୀକ୍ଷା କରାଇଥିଲେ। ଏବେ ଦେଶର ବଡ଼ ବଡ଼ ସହରରେ କୋଭିଡ୍ ମମାଲା ବଢ଼ିବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରୁଛନ୍ତି।

Tags: #Covid-19 #CovidCases #Positivityrate #CentralHealthMinistry

LEAVE A REPLY

Please enter your comment!
Please enter your name here