ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏବେ କୋଭିଡ୍-୧୯ ମମାଲା ଦିନକୁ ଦିନ ବଢ଼ୁଛି। ଶୁକ୍ରବାର ଦେଶରେ କୋଭିଡ୍ ସଂକ୍ରମଣ ୬ ହଜାର ପାର କରିଛି। ଏଥିଲାଗି ଏହାର ମୁକବିଲା ପାଇଁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ। ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶରେ ସମସ୍ତ ହସ୍ପିଟାଲରେ କୋଭିଡ୍ ମୁକବିଲା ପାଇଁ ମକ୍ ଡ୍ରିଲ କରିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି।

ଶୁକ୍ରବାର ଦିନ ୨ଟା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ। ଏଥିରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ଏଠାରେ ଦେଶରେ ପ୍ରତିଦିନ ବଢ଼ୁଥିବା କୋଭିଡ୍ ମମାଲା ଉପରେ ଅଲୋଚନା କରଯାଇଥିଲା। କୋଭିଡ୍ ମୁକାବିଲାର ବିଭିନ୍ନ ଦିଗ ଉପରେ ଏଠାରେ ଚର୍ଚ୍ଚା କରାଯାଇଥିଲା।

ଶୁକ୍ରବାର ଦେଶରେ କୋଭିଡ୍-୧୯ର ୬ ହଜାର ୫୦ଟି ମାମଲା ରେକର୍ଡ କରାଯାଇଛି। ଭାରତର ଦୈନିକ ସଂକ୍ରମଣର ହାର ୩.୯୧ ପ୍ରତିଶତକୁ ବଢ଼ିଛି। ଏବେ ଦେଶରେ ସକ୍ରିୟ କୋଭିଡ୍ ମମାଲା ୨୮ ହଜାର ୩୦୩ ରହିଛି। ଭାରତର ବଡ଼ ବଡ଼ ସହରରେ ଏବେ କୋଭିଡ୍ ମମାଲା ଅଧିକ ବୃଦ୍ଧି ପାଉଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ରାଜେଶ ଭୂଷଣ, ଅତିରିକ୍ତ ସଚିବ ଏସ ଗୋପାଳକୃଷ୍ଣନ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Tags: #Covid-19 #CovidCases #EmergencyMeeting #HealthMinister

LEAVE A REPLY

Please enter your comment!
Please enter your name here