ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ।

ଆସନ୍ତା ଅକ୍ଟୋବର ମାସ ୨ ତାରିଖ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ତେଣୁ ଅକ୍ଟୋବର ୨ ତାରିଖଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଧର୍ମଘଟ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି।

ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ଚାଲିଲେ ଘରୋଇ ବସଗୁଡ଼ିକ ପ୍ରଭାବିତ ହେବା ସହ ମାଲିକମାନେ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହେବେ। ତେଣୁ ଏହି ଯୋଜନା ଆରମ୍ଭ କରିବା ପୂର୍ବରୁ ସରକାର ସ୍ଵତନ୍ତ୍ର ନୀତି ଆଣିବା ସହ ପୂର୍ବରୁ ରହିଥିବା ଘରୋଇ ବସ୍ ମାଲିକ ସଂଘର ଦାବିଗୁଡ଼ିକ ଉପରେ ବିଚାର କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ସହରଗୁଡ଼ିକରେ ‘ମୋ ବସ’ ସେବା ଆରମ୍ଭ ବେଳେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ତୀବ୍ର ବିରୋଧ କରିଥିଲା।

Tags: #BusStrike #Odisha #October #PrivateBus

Comment