ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗୋଟିଏ ପଟେ ତେଲ ଦର ହୁ ହୁ ହୋଇ ବଢୁଥିବାବେଳେ, ଆଜି ପୁଣିଥରେ ବଢିଛି ବସ୍ ଭଡ଼ା। ଏହାକୁ ନେଇ ଚିନ୍ତାରେ ବସ୍ ଯାତ୍ରୀ। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୫ ଟଙ୍କା ବଢ଼ିଥିବାବେଳେ, ଡିଲକ୍ସ ଓ ଏସିଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧୦ଟଙ୍କା ବଢ଼ିଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହରେ ଥରେ ବସ୍ ଭଡ଼ା ବଢ଼ିଥିଲା, ଏବେ ମାର୍ଚ୍ଚର ପ୍ରଥମ ସପ୍ତାହରେ ପୁଣିଥରେ ବଢ଼ିଛି। ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିବାବେଳେ, ୮୦ ପଇସାକୁ ବୃଦ୍ଧି କରାଯାଇଥିଲା। ସେହିଭଳି ଭାବରେ ଏକ୍ସପ୍ରେସ ବସ୍ ଭଡ଼ାକୁ ୭୭ ପଇସାରୁ ୮୪ ପଇସା. ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସାକୁ ବୃଦ୍ଧି କରାଯାଇଥିଲା।

ତେଲ ଦର ବୃଦ୍ଧି କାରଣରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରାଯାଉଛି କହିଛି ଘରୋଇ ବସ୍ ମାଲିକ ସଂଘ। ଏଭଳି ଭାବରେ ଲଗାତର ବସ୍ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

Comment