ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ୍। ଆଜିଠୁ ଏଭଳି ନିୟମ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏହାଦ୍ୱାରା ଉପଭୋକ୍ତାମାନଙ୍କୁ ଗ୍ୟାସ୍ ପାଇବାକୁ ହେଲେ ସେମାନଙ୍କର ମୋବାଇଲକୁ ଯାଇଥିବା ଓଟିପି ନମ୍ବରକୁ ଡେଲିଭରି ମ୍ୟାନକୁ ଦେବାକୁ ପଡ଼ିବ।

ଗ୍ୟାସ ଚୋରି, କଳାବଜାରୀ ଆଦି ରୋକିବାକୁ ଏହି ନୂଆ ଫର୍ମୁଲା ଅଣାଯାଇଛି। ଏହି ପ୍ରକ୍ରିୟାରେ ଜଣେ ଉପଭୋକ୍ତା ଗ୍ୟାସ ବୁକିଂ କରିବା ସମୟରେ ସେମାନଙ୍କ ମୋବାଇଲକୁ ଏକ ଓଟିପି ନମ୍ବର ଯିବ। ଏହି ଓଟିପି ନମ୍ବରକୁ ଗ୍ୟାସ ଡେଲିଭରି ବେଳେ ଦେଖାଇବାକୁ ହେବ। ଏହି ଓଟିପି ନମ୍ବରକୁ ନ ଦେଖାଇଲେ ଉପଭୋକ୍ତାଙ୍କୁ ଗ୍ୟାସ୍ ମିଳିବନି ବୋଲି କୁହାଯାଇଛି।ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୦ଟି ସ୍ମାର୍ଟସିଟିରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ଏହାପରେ ଦେଶର ପ୍ରତି ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଦେଶର ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର ଓ ରାଉରକେଲା ରହୁଥିବାରୁ ଏହି ଦୁଇ ସହରରେ ନଭେମ୍ବର ପହିଲାରୁ ଏହି ସେବା ଆରମ୍ଭ ହେବ।

ତେବେ ଯେଉଁ ଉପଭୋକ୍ତାମାନଙ୍କର ରେଜିଷ୍ଟର ମୋବାଇଲ୍ ନମ୍ବରକୁ ନେଇ କୌଣସି ଅସୁବିଧା ରହିଛି, ସେମାନେ ଡେଲିଭରି ମ୍ୟାନ୍ ସହାୟତାରେ ଏହାର ସମାଧାନ କରିପାରିବେ। ଏହାପରେ ସେମାନେ ଓଟିପି ଦେଇ ନିଜର ଗ୍ୟାସ ନେବେ।

Comment