ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ଯୋଗୁଁ ରନ୍ଧନ ଗ୍ୟାସ ଉପରେ ପଡୁଥିବା ମାଡ଼କୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ତୈଳ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନେ ପନ୍ଦର ଦିନ ଭିତରେ ଦ୍ଵିତୀୟ ରିଫିଲିଂ କରିପାରିବେ ନାହିଁ।

ଆଇଓସିର ଅଧ୍ୟକ୍ଷ ରାଜୀବ ସିଂହ କହିଛନ୍ତି, ‘‘ଦେଶରେ ଗ୍ୟାସର ଅଭାବ ନାହିଁ। କିନ୍ତୁ ଗ୍ରାହକମାନେ ପ୍ୟାନିକ ବୁକିଂ ନ କରନ୍ତୁ।’’

ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଆବଶ୍ୟକ ଅନୁସାରେ ଘରେ ଘରେ ଗ୍ୟାସ ପହଞ୍ଚାଇବା ପାଇଁ କମ୍ପାନି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପେଟ୍ରୋଲ, ଡିଜେଲ ଓ ଗ୍ୟାସକୁ ନେଇ ଦେଶରେ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଲକଡାଉନ ପରେ ଡିଜେଲ ଓ ପେଟ୍ରୋଲର ବିକ୍ରି ଯଥେଷ୍ଟ କମ ହୋଇଥିବା ବେଳେ ରୋଷେଇ ଗ୍ୟାସର ଚାହିଦା କିନ୍ତୁ ଖୁବ ବଢ଼ିଛି। ଏ ପର୍ଯ୍ୟନ୍ତ ବୁକିଂ ପାଇଁ କୌଣସି ସମୟ ସୀମା ନଥିଲା। ଏବେ କିନ୍ତୁ ପନ୍ଦର ଦିନ ଭିତରେ ଦୁଇ ଥର ବୁକିଂ ହୋଇପାରିବ ନାହିଁ। ଗ୍ରାହକମାନେ ଏବେ ବର୍ଷରେ ୧୨ଟି ସିଲିଣ୍ଡର ରିହାତି ଦରରେ ପାଉଛନ୍ତି।

Comment