ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା ରିଅଲମି ନିକଟରେ ଭାରତରେ ଲଞ୍ଚ୍‌ କରିଛି ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Realme X2। କମ୍ପାନି ଏହାକୁ ୧୫ ହଜାରରୁ ୨୦ ହଜାର ସ୍ମାର୍ଟଫୋନ୍‌ ସେଗ୍‌ମେଣ୍ଟେରେ ପ୍ରତିଯୋଗିତା ପାଇଁ ଆଣିଛି। ତେବେ ଏହାକୁ ଟକ୍କର ଦେବାକୁ ବଜାରରେ ଆଗରୁ ରହିଛି ସାଓମିର Redmi K20 ସ୍ମାର୍ଟଫୋନ୍‌।

ଆସନ୍ତୁ ଜାଣିବା ଏହି ଦୁଇଟି ସ୍ମାର୍ଟଫୋନ୍‌ ମଧ୍ୟରେ କ’ଣ ରହିଛି ଫରକ୍‌?

Realme X2 ସ୍ମାର୍ଟଫୋନ୍‌

ବଜାରରେ Realme X2 ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ଲଞ୍ଚ୍‌ କରାଯାଇଛି। 4GB+64GB ଭାରିଏଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ଥିବା ବେଳେ 6GB+128GB ଭାରିଏଣ୍ଟର ମୂଲ୍ୟ ୧୮,୯୯୯ଟଙ୍କା ରହିଛି। ସେହିପରି 8GB+128GB ଭାରିଏଣ୍ଟ୍‌ର ମୂଲ୍ୟ ୧୯,୯୯୯ ଟଙ୍କା ରହିଛି। ଡିସେମ୍ବର ୨୦ ତାରିଖରୁ ଭାରତରେ ଏହାର ବିକ୍ରି ଆରମ୍ଭ ହେବ।

ଆଣ୍ଡ୍ରଏଡ୍‌ ୯ ଥିବା କଲର ଓଏସ୍‌-୬ ଅପରେଟିଂ ସିଷ୍ଟମରେ ଏହି ସ୍ମାର୍ଟଫୋନ୍‌ ଚାଲୁଛି। ଏଥିରେ ୬.୪ ଇଞ୍ଚ୍‌ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଥିବା ବେଳେ ୱାଟର ଡ୍ରପ୍‌ ଷ୍ଟାଇଲ୍‌ ନଚ୍‌ ଦିଆଯାଇଛି। ଏଥିରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଅକ୍ଟାକୋର କ୍ୱାଲକମ୍ ସ୍ନାପ୍‌ଡ୍ରାଗନ ୭୩୦ଜି ପ୍ରୋସେସର ଦିଆଯାଇଛି, ଯାହା ଗ୍ରାହକଙ୍କୁ ଉତ୍ତମ ଗେମିଂ ମଜା ଦେଇପାରିବ।

ଫଟୋଗ୍ରାଫି ପାଇଁ ଏଥିରେ ରିଅର କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ୬୪ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ ରିଅର କ୍ୟାମେରା ସହ ଫ୍ରଣ୍ଟ୍‌ରେ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ସେହିନରି ଏଥିରେ ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ରହିଥିବା ବେଳେ ୩୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି।

Redmi K20 ସ୍ମାର୍ଟଫୋନ୍‌

Redmi K20 ସ୍ମାର୍ଟଫୋନ୍‌ର ୨ଟି ଭାରିଏଣ୍ଟ ବର୍ତ୍ତମାନ ବଜାରରେ ଭଲ ବ୍ୟବସାୟ କରୁଛି। 6GB+64GB ଭାରିଏଣ୍ଟର ମୂଲ୍ୟ ୧9,୯୯୯ ଟଙ୍କା ଥିବା ବେଳେ 6GB+128GB ଭାରିଏଣ୍ଟର ମୂଲ୍ୟ ୨୨,୯୯୯ଟଙ୍କା ରହିଛି। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ।

ଏଥିରେ ୬.୩୯ ଇଞ୍ଚ୍‌ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଥିବା ବେଳେ ଗରିଲା ଗ୍ଲାସ୍‌ ୫ ପ୍ରୋଟେକ୍ସନ ରହିଛି। ଏଥିରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଅକ୍ଟାକୋର କ୍ୱାଲକମ୍ ସ୍ନାପ୍‌ଡ୍ରାଗନ ୭୩୦ଜି ପ୍ରୋସେସର ସହିତ ଏଥିରେ ୪ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ରହିଛି।

ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ ରିଅର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ୪୮ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ ରିଅର କ୍ୟାମେରା ସହ ଫ୍ରଣ୍ଟରେ ୨୦ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here