ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଓମଫେଡ କ୍ଷୀର ଦର। ପ୍ୟାକେଟ ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ।

ଅଧା ଲିଟର ଓମଫେଡ ଟୋନଡ ଦୁଗ୍ଧର ମୂଲ୍ୟ ପୂର୍ବରୁ ୨୧ ଟଙ୍କା ଥିବାବେଳେ ଏପ୍ରିଲ ୧ ତାରିଖରୁ ୨୩ ଟଙ୍କା ଦେଇ ଗ୍ରାହକ କିଣିବେ। ସେହିପରି ପ୍ରିମିୟମ ଓମଫେଡ କ୍ଷୀର ମୂଲ୍ୟ ବର୍ତ୍ତମାନ ୨୪ ଟଙ୍କା ଥିବାବେଳେ ନୂଆ ଦର ଲାଗୁ ହେବା ପରେ ୨୬ ଟଙ୍କା ହେବ। ଏହା ସହିତ ଓମଫେଡ ଗୋଲ୍ଡର ମୂଲ୍ୟ ବଢ଼ି ୨୬ ଟଙ୍କା ହୋଇଥିବାବେଳେ ଚା’ ସ୍ପେସିଆଲ ପାଇଁ ଆଗକୁ ୨୫ ଟଙ୍କା ଦେବାକୁ ପଡ଼ିବ।

ଗୋଖାଦ୍ୟ, ଗୋଚାରା ମୂଲ୍ୟ, ଔଷଧ ଏବଂ ଇନ୍ଧନ ମୂଲ୍ୟ, ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବାରୁ ଓମଫେଡ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇଛି। ଗତ ବର୍ଷ ମଧ୍ୟ ଓମଫେଡ ଦୁଗ୍ଧ ମୂଲ୍ୟରେ ବୃଦ୍ଧି ହୋଇଥିଲା। ଚଳିତ ବର୍ଷ ଦୁଗ୍ଧ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଏଜେଣ୍ଟ କମିଶନ ପ୍ୟାକେଟ ପିଛା ୨୦ ପାଇସା ବୃଦ୍ଧି କରାଯାଇଛି।

Tags: #OmfedMilk #PriceHike #Odisha

LEAVE A REPLY

Please enter your comment!
Please enter your name here